Categories: ଜାତୀୟ

‘ଜଣେ ବିଧାୟକ-ଗୋଟିଏ ପେନ୍‌ସନ’ ବିଲ୍‌କୁ ରାଜ୍ୟପାଳଙ୍କ ମଞ୍ଜୁରୀ

ଚଣ୍ଡିଗଡ଼,୧୩।୮: ପଞ୍ଜାବରେ ଦଶନ୍ଧି ଧରି ଏକରୁ ଅଧିକ ପେନ୍‌ସନ ପ୍ରଦାନ କରାଯାଉଥିବା ଆଇନ ଏବେ ଶେଷ ହୋଇଛି। ରାଜ୍ୟପାଳ ବନୱାରିଲାଲ ପୁରୋହିତ ଜଣେ ବିଧାୟକ-ଗୋଟିଏ ପେନ୍‌ସନ’ ଆଇନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ପଞ୍ଜାବରେ ମାନ ସରକାରଙ୍କ ପକ୍ଷରୁ ପାସ୍‌ ହୋଇଥିବା ବିଲ୍‌କୁ ଶନିବାର ରାଜ୍ୟପାଳ ଅନୁମୋଦନ କରିବା ପରେ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ବିଜ୍ଞପ୍ତି ଅନୁସାରେ, ବର୍ତ୍ତମାନଠାରୁ ବିଧାୟକଙ୍କୁ କେବଳ ଏକ କାର୍ଯ୍ୟକାଳ ଅବଧି ପାଇଁ ପେନ୍‌ସନ୍‌ ମିଳିପାରିବ। ଏନେଇ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଟୁଇଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପଞ୍ଜାବବାସୀଙ୍କୁ ଏହି ଖବର ଜଣାଇ ବହୁତ ଖୁସି ଯେ, ମାନ୍ୟବର ରାଜ୍ୟପାଳ ‘ଜଣେ ବିଧାୟକ-ଗୋଟିଏ ପେନ୍‌ସନ୍‌’ ବିଲ୍‌କୁ ଅନୁମୋଦନ କରିଛନ୍ତି। ଏହାପରେ ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ଏହାଦ୍ୱାରା ଜନସାଧାରଣଙ୍କ ଅନେକ ଟିକସ ସଞ୍ଚୟ ହୋଇପାରିବ।

Share