Categories: ଜାତୀୟ

କେଏନ୍‌ପିରେ ଆଖି ବୁଜିଲା ତେଜସ୍‌

ଭୋପାଳ,୧୨।୭: ଦକ୍ଷିଣ ଆଫ୍ରିକାରୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ (କେଏନ୍‌ପି)କୁ ଅଣାଯାଇଥିବା ଚିତାଙ୍କ ମଧ୍ୟରୁ ମଙ୍ଗଳବାରା ତେଜସର ମୃତ୍ୟୁ ଘଟିଛି। ସକାଳ ୧୧ଟାବେଳେ ମନିଟରିଂ ଟିମ୍‌ ତେଜସର ଗଳାରେ କ୍ଷତ ଚିହ୍ନ ଦେଖିବାକୁ ପାଇଥିଲେ। ଏହାପରେ ପାଲପୁର ହେଡ୍‌କ୍ୱାର୍ଟର୍ସରେ ଥିବା ଭେଟେରିନାରି ଅଧିକାରୀଙ୍କୁ ଏହାର ସୂଚନା ଦିଆଯାଇଥିଲା। ପଶୁ ଡାକ୍ତରୀ ଟିମ୍‌ ପକ୍ଷରୁ ପ୍ରାଥମିକ ଚିକିତ୍ସା ଆରମ୍ଭ କରାଯିବା ପରେ ଅପରାହ୍ନ ୨ଟାବେଳେ ତେଜସର ମୃତ୍ୟୁ ଘଟିଥିଲା। ଅଦ୍ୟାବଧି କେଏନ୍‌ପିରେ ୩ ଚିତାଙ୍କ ସମେତ ୩ ସାବକଙ୍କ ମୃତ୍ୟୁ ଘଟିଛି।

Share