ଭୁବନେଶ୍ୱର,୨୪।୧୨: ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନାର ନୂଆ ଭାରିଆଣ୍ଟ ଜେଏନ୍ ୧ସଂସ୍ପର୍ଶରେ ଆସି ସେ ଆକ୍ରାନ୍ତ ହୋଇଛନ୍ତି। ଏହି ପଜିଟିଭ୍ ମାମଲାକୁ ମିଶାଇ ବର୍ତ୍ତମାନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ରାଜ୍ୟରେ ନୂଆ କୋଭିଡ୍ ପଜିଟିଭ୍ ମାମଲା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ରାଜ୍ୟରେ ଜେଏନ୍ ୧ ଭାରିଆଣ୍ଟ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି।