Categories: ମେଟ୍ରୋ

ଆଉଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ: ଥିଲେ ବିଧାୟକଙ୍କ ପିଏସ୍‌ଓ

ଭୁବନେଶ୍ୱର, ୩୦। ୮ (ବ୍ୟୁରୋ): କରୋନା ମହାମାରୀରେ ୨୪ଜଣ ପୋଲିସ କର୍ମଚାରୀ ଓ ୩ଜଣ ଗୃହରକ୍ଷୀଙ୍କ ମୃତ୍ୟୁ ଘଟିଥିବାବେଳେ ଏବେ ଆଉଜଣେ କରୋନା ଯୋଦ୍ଧା ଆଖି ବୁଜିଛନ୍ତି। ସେ ହେଲେ ଭୁବନେଶ୍ୱର(ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସ୍‌ଓ) ତଥା କନ୍‌ଷ୍ଟେବଳ ଆଶିଷ ମହାକୁଳ। କିଛିଦିନ ପୂର୍ବରୁ ଆଶିଷଙ୍କ ସହ ବିଧାୟକଙ୍କ ରୋଷେୟା ଓ ଡ୍ରାଇଭର କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସାମାନ୍ୟ ଲକ୍ଷଣ ଥିବାରୁ ଆଶିଷଙ୍କୁ ପ୍ରଥମେ ହାଇଟେକ୍‌ ମେଡିକାଲସ୍ଥିତ କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସମ୍‌ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୨୮ ତାରିଖ ରାତିରେ ତାଙ୍କର ମୃତ୍ୟୁ ଘଟିଛି। ଶନିବାର ଆଶିଷଙ୍କ ଉଦ୍ଦେଶ୍ୟରେ ୭ମ ବାଟାଲିୟନରେ ଶୋକ ପାଳନ କରାଯାଇ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରାଯାଇଥିଲା।

Share