ନିଜର ସ୍ବାର୍ଥକୁ ବଳିଦେଇ ସର୍ବାଙ୍ଗୀନ ଉନ୍ନତି ପାଇଁ ସଂକଳ୍ପ ନେବା ଆବଶ୍ୟକ: ମନ୍ତ୍ରୀ ଅତନୁ ସବ୍ୟସାଚୀ

ରାୟଗଡା,୧୫।୮(ଭାଗ୍ୟଶ୍ରୀ ମିଶ୍ର): ୭୭ତମ ସ୍ବାଧୀନତା ଦିବସ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ମଙ୍ଗଳବାର ପାଳିତ ହୋଇଯାଇଛି। ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ଓ ଉଚ୍ଚ ଶିକ୍ଷା ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଛନ୍ତି। ଆଜିର ଦିବସ ଅକ୍ଲାନ୍ତ ପରିଶ୍ରମ କରି ଦେଶ ପାଇଁ ସ୍ବାଧୀନତା ଆଣିଥିବା ସଂଗ୍ରାମୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ପାଳନ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଛନ୍ତି, ଏହି ମାଟିର ସନ୍ତାନ ମାନେ ସ୍ବାଧୀନତା ଆଣିବାକୁ ଅନେକ ପ୍ରଚେଷ୍ଟା କରିଛନ୍ତି। ସେମାନଙ୍କ ଉଦ୍ୟମ ପାଇଁ ଆଜି ଆମେ ସ୍ବାଧୀନତା ଉତ୍ସବ ପାଳୁଛୁ। ନବୀନ ସରକାରଙ୍କର ୫ଟି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରଚେଷ୍ଟା ପ୍ରଶଂସନୀୟ। ଦେଶର ଉନ୍ନତି ପାଇଁ ନିଜର ସ୍ବାର୍ଥକୁ ବଳି ଦେଇ ସର୍ବାଙ୍ଗୀନ ଉନ୍ନତି ପାଇଁ ସଂକଳ୍ପ ନେବାକୁ ସେ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଇଛନ୍ତି l
ଏହି କାର୍ଯ୍ୟକ୍ରମରେ ଜିଲାପାଳ ସଧା ଦେବ ସିଂ, ଆରକ୍ଷୀ ଈକ୍ଷକ ବିବେକାନନ୍ଦ ଶର୍ମା ଉପସ୍ଥିତ ଥିଲେ l ସମସ୍ତ ଜିଲାସ୍ତରୀୟ ଅଧିକାରୀ ଏବଂ ସମସ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଉପସ୍ଥିତ ଥିଲେ l