Categories: ଜାତୀୟ

ଏକ ଦେଶ, ଏକ ନିର୍ବାଚନ ଭାରତର ସଂଘ ଉପରେ ଆକ୍ରମଣ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୩।୯: ଏକ ଦେଶ, ଏକ ନିର୍ବାଚନର ସମ୍ଭାବନାକୁ ନେଇ କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି। ଏହି ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ସରକାରଙ୍କୁ ଟାର୍ଗେଟ୍‌ କରାଯାଉଛି। ପ୍ରଥମେ କଂଗ୍ରେସ ଏମ୍‌ପି ଅଧୀର ରଂଜନ ଚୌଧରୀ କମିଟିର ଅଂଶ ହେବାକୁ ମନା କରିଦେଇଥିଲେ, ପରେ ଜୟରାମ ରମେଶ ଏହାକୁ କର୍ମକାଣ୍ଡିୟ ବୋଲି କହିଥିଲେ ଏବଂ ବର୍ତ୍ତମାନ ରାହୁଲ ଗାନ୍ଧୀ କହିଛନ୍ତି ଯେ, ଏହା ଭାରତର ସଂଘ ଉପରେ ଆକ୍ରମଣ।
ସେ ଟୁଇଟ୍‌ କରି କହିଛନ୍ତି ଯେ, ଇଣ୍ଡିଆ ଅର୍ଥ ହେଉଛି ଭାରତ, ରାଜ୍ୟମାନଙ୍କର ଏକ ସଂଘ। ଏକ ଦେଶ, ଏକ ନିର୍ବାଚନର ବିଚାର ହେଉଛି ସଂଘ ତଥା ଏହାର ସମସ୍ତ ରାଜ୍ୟ ଉପରେ ଆକ୍ରମଣ। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ ରାଷ୍ଟ୍ର, ଏକ ନିର୍ବାଚନର ସମ୍ଭାବନାକୁ ଅନୁଧ୍ୟାନ କରିବା ପାଇଁ ଏକ କମିଟି ଗଠନ କରାଯାଇଥିଲା। ଏଥିରେ କଂଗ୍ରେସ ଏମ୍‌ପି ଅଧୀର ରଂଜନ ଚୌଧୁରୀ ମଧ୍ୟ ସାମିଲ ହୋଇଥିଲେ। ତେବେ ସେ ଯୋଗଦେବାକୁ ମନା କରିଦେଇଥିଲେ।

Share