Categories: ଜାତୀୟ

ଏକ ଦେଶ, ଏକ ନିର୍ବାଚନ କଂଗ୍ରେସ ଶାସନ ସମୟରେ ବି ହୋଇଛି: ଭାଜପା

ନୂଆଦିଲ୍ଲୀ,୪।୧: ସମ୍ପ୍ରତି ଭାଜପା ନେତୃତ୍ୱାଧୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏକ ଦେଶ, ଏକ ନିର୍ବାଚନ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ତେବେ ଏହାକୁ ଲାଗୁ କରିବା ନେଇ ସମସ୍ତ ରାଜନୈତିକ ଦଳର ସହମତି ଆବଶ୍ୟକ। ଏହାଦ୍ୱାରା ଦେଶର ଅଯଥା ଖର୍ଚ୍ଚ କମ୍‌ ହେବ ବୋଲି ଭାଜପା ରାଷ୍ଟ୍ରୀୟ ମହାସଚିବ ତଥା ରାଜ୍ୟ ସଭା ଏମ୍‌ପି ଭୂପେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି। ଏକ ଅନ୍‌ଲାଇନ୍‌ କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି। ଏବେ ଭାଜପା ପକ୍ଷରୁ ଏହା ଉପରେ ଗୁରୁତ୍ୱାରୋପ କରାଯାଉଛି। ସହମତି ନ ହେଲେ ଏହାକୁ ଶୀଘ୍ର ଲାଗୁ କରାଯାଇ ପାରିବ ନାହିଁ। ତେବେ ଏହା ପୂର୍ବରୁ କଂଗ୍ରେସ ଶାସନ ସମୟରେ ଏକ ଦେଶ, ଏକ ନିର୍ବାଚନ ପ୍ରକ୍ରିୟା ହୋଇସାରିଛି। ୧୯୫୨, ୧୯୫୭, ୧୯୬୨ ଏବଂ ୧୯୬୭ରେ ଲୋକ ସଭା ଏବଂ ବିଧାନସଭା ନିର୍ବାଚନ ମିଳିତ ଭାବେ ହୋଇଥିଲା। ଏନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଆଲୋଚନା ହୋଇଛି। ଏହାର ରିପୋର୍ଟ ପାର୍ଲାମେଣ୍ଟର ଷ୍ଟାଣ୍ଡିଙ୍ଗ୍‌ କମିଟିରୁ ଆସି ସାରିଛି। ଏହାଦ୍ୱାରା ଦେଶରେ ରାଜନୈତିକ ସ୍ଥିରତା ଆସିବ ବୋଲି ସେ କହିଛନ୍ତି।

Share