Posted inଜାତୀୟ

‘ଏକ ଦେଶ-ଏକ ନିର୍ବାଚନ’ ସପକ୍ଷରେ ବହୁ କେନ୍ଦ୍ର ମନ୍ତ୍ରୀ, ବିରୋଧୀଙ୍କୁ ଦେଲେ କଡା ଜବାବ

‘ଏକ ଦେଶ-ଏକ ନିର୍ବାଚନ’ ସପକ୍ଷରେ ବହୁ କେନ୍ଦ୍ର ମନ୍ତ୍ରୀ, ବିରୋଧୀଙ୍କୁ ଦେଲେ କଡା ଜବାବ
ନୂଆଦିଲ୍ଲୀ,୧।୯: ଏକ ଦେଶ-ଏକ ନିର୍ବାଚନକୁ ନେଇୁ ଜାତୀୟ ରାଜନୀତି ସରଗରମ ରହିଛି। ଆଶା କରାଯାଉଛି କି, ଆସନ୍ତା ମୌସୁମୀ ଅଧିବେଶନରେ ଏହି ବିଷୟରେ ଚର୍ଚ୍ଚା ହେବ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିରେ ବିରୋଧୀ ଲଗାତାର ତାଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏହି କମିଟିରି ଅଧ୍ୟକ୍ଷ କରିଛନ୍ତି। ଏହି କମିଟିରି ଏକ ଦେଶ ଏକ ନିର୍ବାଚନ ନେଇ ଆଲୋଚନା ଓ ବିଚାର ବିମର୍ଶ କରିବ। ଏହିକ୍ରମରେ କୋବିନ୍ଦଙ୍କୁ କମିଟିର ଅଧ୍ୟକ୍ଷ ଭାବେ କିପରି ନିଯୁକ୍ତି ହେଉଛି ସେ ନେଇ ମଧ୍ୟ ବିରୋଧୀ ଲଗାତାର ପ୍ରଶ୍ନବାଣ ମାରି ଚାଲିଛନ୍ତି। ବହୁ କେନ୍ଦ୍ର ମନ୍ତ୍ରୀ ଏହି ପ୍ରସଙ୍ଗରେ ସମର୍ଥନ ଜଣାଇବା ସହ ବିରୋଧୀଙ୍କୁ ଟାର୍ଗେଟ କରୁଛନ୍ତି।

କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି କମିଟିକୁ ସମର୍ଥନ କରିବା ସହ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିରେ ବିରୋଧୀ ଭୟଭୀତ ହୋଇ ଯାଇଛନ୍ତି ବୋଲି ସେ କହିଛନ୍ତି।
‘ଏ ପ୍ରସଙ୍ଗରେ ସଂସଦରେ ଆଲୋଚନା ହେବ। ବିରୋଧୀ କାହିଁକି ଏତେ ଭୟଭୀତ? ଗଣତନ୍ତ୍ରର ବିକାଶ ବିଷୟରେ ଆଲୋଚନା ହେବ ଏବଂ ଭାରତ ହେଉଛି ଗଣତନ୍ତ୍ରର ମାତା। ଏହା ବିକାଶର ଏକ ଅଂଶ।

ଦେଶର ବିକାଶ ପାଇଁ ପାରିତ ହୋଇଥିବା ସମସ୍ତ ପ୍ରସ୍ତାବ ଉପରେ ଆଲୋଚନା କରାଯିବ। ବର୍ତ୍ତମାନ ଏକ କମିଟି ଗଠନ କରାଯାଇଛି, ଯାହା ଏନେଇ ପରାମର୍ଶ ଦେବ ଏବଂ ତା’ପରେ ସମସ୍ତଙ୍କ ଉପସ୍ଥିତିରେ ଏହି ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ୧୯୬୭ ପର୍ଯ୍ୟନ୍ତ ଲୋକସଭା ଏବଂ ବିଧାନସଭା ପାଇଁ ଏକକାଳୀନ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ପ୍ରତି ମାସରେ ନିର୍ବାଚନ ଅନୁଷ୍ଠିତ ହେଉଛି ଯାହା ଖର୍ଚ୍ଚ ବହୁଳ। ଏହା ଉପରେ ଏକ ଆଲୋଚନା ହେବା ନିହାତି ଜରୁରୀ।’
କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ବ୍ୟତୀତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ‘ମୁଁ ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ସ୍ବାଗତ କରୁଛି। ନିର୍ବାଚନରେ ଖର୍ଚ୍ଚ ହୋଇଥିବା ଅଧିକ ଅର୍ଥକୁ ଏହାଦ୍ୱାରା ସଞ୍ଚୟ କରିହେବ, ଯାହା ଜନ କଲ୍ୟାଣକାରୀ ଯୋଜନାରେ ବ୍ୟବହୃତ ହୋଇପାରିବ’।
ସେହିପରି ମହାରାଷ୍ଟ୍ରର ଡେପୁଟି ସିଏମ ଦେବେନ୍ଦ୍ର ଫଡନାଭିସ ମଧ୍ୟ ଏହି ପ୍ରସଙ୍ଗକୁ ସମର୍ଥନ କରିଛନ୍ତି ଏବଂ ଏହାକୁ ଏକ ସଠିକ ପ୍ରସ୍ତାବ ବୋଲି କହିଛନ୍ତି।

ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ଉତ୍ତରପ୍ରଦେଶବାସୀଙ୍କ ତରଫରୁ ସେ ଏହି ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୃତଜ୍ଞତା ଜଣାଉଛି। ଏହି ପଦକ୍ଷେପ ପ୍ରଶଂସନୀୟ। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏଥିପାଇଁ ଗଠିତ କମିଟିର ସଭାପତି କରାଯାଇଛି ବୋଲି ଶୁଣି ଆମେ ବହୁତ ଖୁସି। ବାରମ୍ବାର ନିର୍ବାଚନ ହେବା ଦ୍ୱାରା ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି ଉପୁଜୁଛି।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହି ନିଷ୍ପତ୍ତିକୁ ଐତିହାସିକ ନିଷ୍ପତ୍ତି ବୋଲି କହିଛନ୍ତି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏହି କମିଟିର ସଭାପତି କରିଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ‘ଏକାଧିକ ନିର୍ବାଚନରେ ବହୁ ଅର୍ଥ ଖର୍ଚ୍ଚ ହୋଇଥାଏ ଏବଂ ପ୍ରତ୍ୟେକ ଥର ଭାରତ ନିର୍ବାଚନ ମୋଡରେ ଥିବାବେଳେ ବିକାଶର ଅନେକ କ୍ଷତି ହୋଇଥାଏ।’

ଲୋକ ଜନଶକ୍ତି ପାର୍ଟି (ରାମ ଭିଲାସ)ଅଧ୍ୟକ୍ଷ ଚିରାଗ ପାସୱାନ ମଧ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ‘ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଏହାକୁ ଗମ୍ଭୀରତାର ସହ ନେଇଛନ୍ତି। ଯଦି ଏହାକୁ ଅଣାଯାଏ ତେବେ ଲୋକ ଜନଶକ୍ତି ପାର୍ଟି ଏହାକୁ ସମର୍ଥନ କରିବେ। ଏକ ଦେଶ ଏକ ନିର୍ବାଚନ କାର୍ଯ୍ୟକାରୀ କରାଯାଉ। କାର୍ଯ୍ୟକାରୀ ହେବା ପୂର୍ବରୁ ଆଲୋଚନା ହେବା ଆବଶ୍ୟକ।

 


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସର ହାର୍ଟବିଟ ବଢାଉଛି ଶୈଳଜାଙ୍କ ନିରବତା

ନୂଆଦିଲ୍ଲୀ,୨୨।୯: ହରିୟାଣାରେ ବିଧାନସଭା ନିର୍ବାଚନର ଉତ୍ସାହ ଜୋରସୋରରେ ଚାଲିଛି, କିନ୍ତୁ ଏହି ନିର୍ବାଚନ ଶବ୍ଦ ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା କୁମାରୀ ଶୈଳଜାଙ୍କ ନିରବତା ଅନେକ...

ହିନ୍ଦୁମାନଙ୍କ ଭାବନା ସହ ଖେଳାଯାଇଛି, ରବିଶଙ୍କର କହିଲେ କେବଳ ଲଡୁ ନୁହେଁ…

ହାଇଦ୍ରାବାଦ,୨୨ା୯: ତିରୁପତି ବାଲାଜୀଙ୍କ ଲଡୁକୁ ନେଇ ତୁଟୁନି ବିବାଦ। ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କର। ୧୮୫୭ ସିପାହୀ ବିଦ୍ରୋହ...

ପରାସ୍ତ ହେବ ଚାଇନା, କ୍ୱାଡ୍‌ ସମ୍ମିଳନୀରେ ମିଳିଲା ନେତାଙ୍କ ବଡ଼ ସଙ୍କେତ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨ା୯: କ୍ୱାଡ୍‌ ନେତାଙ୍କ ମିଳିତ ବିବୃତ୍ତିରେ ବଡ଼ ସଙ୍କେତ ମିଳିଛି। କ୍ୱାଡ୍‌ ଶିଖର ସମ୍ମିଳନୀରେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆର ମୁଖ୍ୟମାନେ ଅଂଶଗ୍ରହଣ କରିଥିଲେ।...

ଦିଲ୍ଲୀରେ ରହିବାକୁ ମୋର ଘର ନାହିଁ, କାହିଁକି ଏମିତି କହିଲେ କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୨୨ା୯: ଆମ୍‌ ଆଦ୍‌ମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ରବିବାର ଦିଲ୍ଲୀର ଜନ୍ତରମନ୍ତରରେ ଆୟୋଜିତ ହୋଇଥିବା ‘ଜନତା କି ଅଦାଲତ’ରେ ଭାଗ ନେଇଥିଲେ। ଏହା...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ପୁଣି ଟ୍ରେନ୍‌ ଟ୍ରାକ୍‌ରୁ ମିଳିଲା ଗ୍ୟାସ୍‌ ସିଲିଣ୍ଡର, ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ…

ଲକ୍ଷ୍ନୌ,୨୨ା୯: ପୁଣି ଟ୍ରେନ୍‌ ଟ୍ରାକ୍‌ରୁ ଏକ ଗ୍ୟାସ୍‌ ସିଲିଣ୍ଡର୍‌ ମିଳିଛି। ଦୁର୍ବୃତ୍ତମାନେ ଟ୍ରାକ୍‌ରେ ସିଲିଣ୍ଡର ରଖି ଏକ ବଡ଼ ଧରଣର ଅଘଟଣ ଘଟାଇବାକୁ ଯୋଜନା କରିଥିଲେ।...

‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ କ’ଣ ରହିବ ବିଜେଡିର ପକ୍ଷ? ନବୀନ କହିଲେ ସମୟ ନେବୁ…

ଭୁବନେଶ୍ୱର,୨୨।୯: ଦେଶରେ ‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ ବିତର୍କ ଆରମ୍ଭ ହୋଇଛି। ଏକକାଳୀନ ନିର୍ବାଚନକୁ ନେଇ ମୋଦି କ୍ୟାବିନେଟ ମଞ୍ଜୁରୀ ଦେବା ପରେ ଏବେ...

ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ଦେଲେ ମୋଦି, ଏଥିରେ ରହିଛି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଆମେରିକା ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ପ୍ରଦାନ କରିଛନ୍ତି। ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri