Categories: ଜାତୀୟ

ଏକ ରାଷ୍ଟ୍ର-ଏକ ପଞ୍ଜିକରଣ, ୮ ରୋପ୍‌ ଓ୍ବେ,ଆରବିଆଇରେ ଡିଜିଟାଲ କରେନ୍ସି ବ୍ଲକ୍‌ ଚେନ୍‌, ମହିଳାଙ୍କ ପାଇଁ ପୋଷଣ-୨.୦…

ନୂଆଦିଲ୍ଲୀ, ୧।୨ : ଦେଶରେ ଏକ ରାଷ୍ଟ୍ର, ଏକ ପଞ୍ଜିକରଣ ନୀତି ପ୍ରଣୟନ କରାଯିବ। ରାଜ୍ୟମାନଙ୍କୁ ୧ ଲକ୍ଷ କୋଟି ଟଙ୍କା ଦିଆଯିବ। ମହିଳାମାନଙ୍କ ପାଇଁ ପୋଷଣ ୨.୦ ଯୋଜନା ଆରମ୍ଭ ହେବ। ୬୦ କିଲୋମିଟର ଲମ୍ବା ଆଠଟି ରୋପୱେ ନିର୍ମାଣ ହେବ। ୫-ଜି ସ୍ପେକ୍ଟ୍ରମ ପାଇଁ ବ୍ରଡବ୍ୟାଣ୍ଡ ଆବଣ୍ଟନ ଶୀଘ୍ର କରାଯିବ। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଆରବିଆଇର ଡିଜିଟାଲ ମୁଦ୍ରା ବ୍ଲକ ଚେନ ଟେକ୍ନୋଲୋଜି ଉପରେ ଆଧାରିତ ହେବ। ଡିଜିଟାଲ ମୁଦ୍ରାକୁ ମଜବୁତ କରିବା ପାଇଁ ଢ଼ାଞ୍ଚାକୁ ବୃଦ୍ଧି କରାଯିବ।

ଆରବିଆଇ ୨୦୨୨ ମସିହାରେ ଡିଜିଟାଲ ମୁଦ୍ରା ଲଞ୍ଚ କରିବ ଏବଂ ଏହି ଡିଜିଟାଲ ମୁଦ୍ରା ମାଧ୍ୟମରେ ଦେଶରେ ଆନୁଷ୍ଠାନିକ ଭାବେ କାର୍ଯ୍ୟକାରୀ ହେବ ବୋଲି ବଜେଟ୍‌ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ କହିଛନ୍ତି।

Share