ନାଇଜରର ଗୋଟିଏ ହଷ୍ଟେଲ ସପ୍ତାହେ କଣ୍ଟେନମେଣ୍ଟ

ଖୋର୍ଦ୍ଧା ଅଫିସ,୪।୧ : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଭୁବନେଶ୍ବରସ୍ଥିତ ଡିସିପି ଅଫିସରେ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ପରେ ବିଏମ୍‌ସି ପକ୍ଷରୁ ସିଲ କରାଯାଇଥିବା ବେଳେ ଏବେ ଜଟଣୀ ସ୍ଥିତ ନାଇଜର ଇନଷ୍ଟିଚ୍ୟୁଟରେ ଗୋଟିଏ ବ୍ଲକରୁ ୩୧ ଜଣ ଛାତ୍ରୀଛାତ୍ର ପଜିଟିଭ ଚିହ୍ନଟ ହୋଇଛନ୍ତି । କଣ୍ଟାକ୍ଟ ଟ୍ରେସିଂ ବେଳେ ଅନ୍ୟମାନଙ୍କ ରିପୋର୍ଟ ନେଗେଟିଭ ଆସିଛି । ସଂକ୍ରମିତଙ୍କୁ ସଙ୍ଗରୋଧରେ ରଖା ଯାଇଥିବା ନାଇଜରର ରେଜିଷ୍ଟ୍ରାର ଅଭୟ ନାୟକ ସୂଚନା ଦେଇଛନ୍ତି। ପରେ ଗୋଟିଏ ହଷ୍ଟେଲକୁ ଜିଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

Share