ଭେଟେରାନ ଗାୟକ କେକେ ଆଉ ଏ ଦୁନିଆରେ ନାହାନ୍ତି। କେକେଙ୍କ ପରଲୋକେ ପରେ ତାଙ୍କ ସବୁ ପୂର୍ବ କଥାକୁ ମନେପକାଉଛନ୍ତି ତାଙ୍କ ପ୍ରଂଶସକ । ଏକଦା କେକେ କହିଥିଲେ ଜୀବନର ଏକ କଠିନ ପର୍ଯ୍ୟାୟ ଅତିକ୍ରମ କରିବାରେ ତାଙ୍କ ସ୍ତ୍ରୀ କିପରି ତାଙ୍କୁ ସାହାଯ୍ୟ କରିଥିଲେ।
ସେ କହିଥିଲେ, ୧୯୯୪ ରେ ଦିଲ୍ଲୀରୁ ମୁମ୍ବାଇ ସିପ୍ଟ ହେବାର ନିଷ୍ପତ୍ତି ତାଙ୍କ ସ୍ତ୍ରୀ ଜ୍ୟୋତିଙ୍କର ଥିଲା। ଯାହା ତାଙ୍କ ଭାଗ୍ୟ ବଦଳାଇ ଦେଇଥିଲା। ଏ ନେଇ ଜ୍ୟୋତି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପରେ ମୁମ୍ବାଇ ଆସିବାର କିଛି ଦିନ ପରେ, କେକେଙ୍କୁ ତାଙ୍କର ପ୍ରଥମ ଆଲବମ ‘ପଲ୍’ ରୁ ସଫଳତା ମିଳିଥିଲା। ଏହା ବ୍ୟତୀତ ସେ ସଲମାନ ଖାନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ଫିଲ୍ମ ‘ହମ ଦିଲ ଦେ ଚୁକେ ସନମ’ ମାଧ୍ୟମରେ ବଲିଉଡ୍ର ପ୍ରଥମ ବ୍ଲକବଷ୍ଟର ହିଟ୍ ପାଇଥିଲେ। ତାଙ୍କର ଗୀତ ‘ତଡପ ତଡପ’ ରିଲିଜ ହେବା ସହିତ ବ୍ଲକବଷ୍ଟର ହୋଇଥିଲା। ଜ୍ୟୋତି ମୋର ବମ୍ବେ ଯିବାର କାରଣ ହୋଇଥିଲେ। ଏହି ନିଷ୍ପତ୍ତି ସେ ନିଜେ କେବେ ନେଇ ପାରି ନ ଥାନ୍ତେ ବୋଲି କହିଥିଲେ।