Categories: ଜାତୀୟ

ପ୍ରତି ୫ ଜରାୟୁ କର୍କଟ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଭାରତୀୟ

ନୂଆଦିଲ୍ଲୀ, ୧୬।୧୨:ବିଶ୍ୱରେ ପ୍ରତି ୫ ଜଣ ଜରାୟୁ କର୍କଟ ରୋଗୀଙ୍କ ମଧ୍ୟରୁ ଜଣେ ଭାରତୀୟ। ମୋଟ ଜନସଂଖ୍ୟାର ୨୧% ମହିଳା ଏ ରୋଗରେ ଆକ୍ରାନ୍ତ ହେଉଥିବା ଲାନସେଟ୍‌ ଓ୍ବାଲର୍‌ଡ ହେଲ୍‌ଥ ଜର୍ନାଲରେ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିପରି ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୩% ମହିଳାଙ୍କ ମୃତ୍ୟୁ ହେଉଥିବା ଜଣାପଡ଼ିଛି। ୨୦୨୦ର ଇଣ୍ଟରନ୍ୟାଶ୍‌ନାଲ ଏଜେନ୍ସି ଫର୍‌ ରିସର୍ଚ୍ଚ ଅନ୍‌ କ୍ୟାନ୍‌ସର (ଆଇଏଆର୍‌ସି) ଏବଂ ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ସଂଗୃହୀତ ତଥ୍ୟକୁ ଆଧାର କରି ଲାନ୍‌ସେଟ୍‌ ଏହି ରିପୋର୍ଟ ପ୍ରକାଶ କରିଛି। ୨୦୨୦ରେ ବିଶ୍ୱବ୍ୟାପୀ ମୋଟ ୩.୪ ଲକ୍ଷ ମହିଳା ଜରାୟୁ କର୍କଟରେ ପ୍ରାଣ ହରାଇଥିବାବେଳେ ୬ ଲକ୍ଷ ନୂଆ ମାମଲା ଚିହ୍ନଟ ହୋଇଛି। ଜରାୟୁ କର୍କଟର ଚିକିତ୍ସା ପାଇଁ ବ୍ୟବହୃତ ଟିକା ଖୁବ୍‌ଶୀଘ୍ର ଭାରତରେ ଉପଲବ୍ଧ ହେବାକୁ ଯାଉଛି। ଏହାଦ୍ୱାରା ଏହି ରୋଗୀ ମୃତ୍ୟୁହାରକୁ କମାଯାଇ ପାରିବ। ହ୍ୟୁମାନ ପାପିଲୋମା ଭୂତାଣୁ ଦ୍ୱାରା ଏହି ରୋଗ ହୋଇଥାଏ।

Share