Categories: ଫୁରସତ

ଧକ୍କା ଖାଇ ଗୋଟିଏ ପରେ ଗୋଟିଏ ପେଙ୍ଗୁଇନ୍‌ ପାଣିରେ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ସମୁଦ୍ର ମଧ୍ୟରେ ପେଙ୍ଗୁଇନଙ୍କୁ ଦେଖିବାକୁ ମିଳୁଛି। ଜଣକ ପରେ ଜଣେ ପେଙ୍ଗୁଇନ୍‌ ଏକ ଉଚ୍ଚ ବରଫକୁ ଉଠି ଛିଡ଼ା ହୋଇଥିବା ବେଳେ ଫଛପଟୁ ଅନ୍ୟ ଜଣେ ଆସି ତାକୁ ଧକ୍କା ଦେଉଛି। ପରେ ସେ ତଳେ ପଡ଼ିବା ପରେ ଅନ୍ୟ ଜଣେ ଆସି ସେଠାରେ ଛିଡ଼ା ହେଉଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

Share