Advertisement

ପ୍ରତି ୧୫ ସେକେଣ୍ଡରେ ଯାଉଛି ଜଣେ କରୋନା ରୋଗୀଙ୍କ ଜୀବନ, ଜାଣନ୍ତୁ ବିଶ୍ୱରେ ମୃତ୍ୟୁ ସଂଖ୍ୟା କେତେ

କରୋନା ଜୀବାଣୁ ସାରା ବିଶ୍ୱରେ ବିପର୍ଯ୍ୟୟ ଘଟାଇବାରେ ଲାଗିଛି। ସଂକ୍ରମିତ ଏବଂ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ବିଶ୍ୱରେ ପ୍ରାଣ ହରାଇଥିବା କରୋନା ରୋଗୀଙ୍କ ସଂଖ୍ୟା ୭ ଲକ୍ଷ ଅତିକ୍ରମ କରିଛି। ଗତ ଦୁଇ ସପ୍ତାହର ଆକଳନକୁ ଦେଖିଲେ, ପ୍ରତି ୨୪ ଘଣ୍ଟାରେ କରୋନାଠାରୁ ହାରାହାରି ୫,୯୯୯ ଲୋକଙ୍କ ଜୀବନ ଯାଇଛି। ଘଣ୍ଟା ପ୍ରତି ୨୪୭ ଲୋକ ଏବଂ ପ୍ରତି ୧୫ ସେକେଣ୍ଡରେ ଜଣେ ବ୍ୟକ୍ତି ସହିତ ସମାନ। ବିଶ୍ୱସ୍ତରରେ କରୋନା ସଂକ୍ରମଣର ସଂଖ୍ୟା ୧୮.୮ ମିଲିୟନ ଅତିକ୍ରମ କରିଛି। ଆମେରିକାରେ ଏହି ମହାମାରୀ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୫ ମିଲିୟନରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ଜଣାପଡିଛି। ମୃତ୍ୟୁ ସଂଖ୍ୟା ମଧ୍ୟ ଦୁଇ ଲକ୍ଷ ଅତିକ୍ରମ କରିଛି। ବ୍ରାଜିଲ ମଧ୍ୟ ଏହି ମହାମାରୀ ଦ୍ୱାରା ଅଧିକ ପ୍ରଭାବିତ ହୋଇଛି। ପ୍ରାୟ ୬୪ ନିୟୁତ ଜନସଂଖ୍ୟା ବିଶିଷ୍ଟ ଲାଟିନ ଆମେରିକାର ବ୍ରାଜିଲ, ଭେନେଜୁଏଲା, ଚିଲି ଏବଂ ଆର୍ଜେଣ୍ଟିନା ସମେତ ୩୩ଟି ଦେଶ ଅଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share