ପୁରୁଣା ଭୁବନେଶ୍ୱର, ୧୩।୧୦(ଡି.ଏନ୍.ଏ.): ପାରିବାରିକ କଳହରୁ କୀଟନାଶକ ଔଷଧ ପିଇଥିବା ଜଣେ ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ମୃତ୍ୟୁ ଘଟିଛି। ସେ ହେଲେ ଧଉଳି ଥାନା ଅନ୍ତର୍ଗତ ଜୟପୁରପାଟଣା ଗ୍ରାମର ଶ୍ୟାମଘନ ଜେନା(୪୫)। ସୂଚନା ମୁତାବକ, କୌଣସି କାରଣକୁ ନେଇ ୧୦ଦିନ ପୂର୍ବେ ଶ୍ୟାମଘନ ଘରେ ଥିବା କୀଟନାଶକ ଔଷଧକୁ ପିଇ ଦେଇଥିଲେ। ଏହା ଜାଣିବା ପରେ ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଲୁଇସରୋଡ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ତାଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଛି।