ବ୍ରହ୍ମପୁର ଅଫିସ, ୨୫।୭: ଗଞ୍ଜାମ ଜିଲା ଗୋପାଳପୁର ଥାନା ରାମଚନ୍ଦ୍ରପୁର ଗାଁରେ ଗ୍ୟାସ ସିଲିଣ୍ଡର ଫାଟିବା ଘଟଣାରେ ସୋମବାର ଜଣଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ଶୁକ୍ରବାର ଗୋପାଳପୁର ଥାନା ରାମଚନ୍ଦ୍ରପୁର ଗାଁରେ ଗ୍ୟାସ ସିଲିଣ୍ଡର ସିଲିଣ୍ଡର ଫାଟି ୨ଜଣ ଗୁରୁତର ଆହତ ହୋଇଥିଲେ। ସେମାନେ ବ୍ରହ୍ମପୁରରୁ ଗ୍ୟାସ ସିଲିଣ୍ଡର ଆଣି ସ୍ଥାନୀୟ ଅଞ୍ଚଳରେ ବିକ୍ରି କରୁଥିଲେ। ତେବେ କୌଣସି କାରଣରୁ ଗ୍ୟାସ ଲିକ୍ ହୋଇ ବିସ୍ଫୋରଣ ଘଟିଥିବା କୁହାଯାଉଛି। ଗୋଟିଏ ଘରେ ପାଖାପାଖି ୬୬ଟି ଗ୍ୟାସ ସିଲିଣ୍ଡର ଗଚ୍ଛିତ ରଖାଯାଇଥିଲା। ଏଭଳି ଗଚ୍ଛିତ କରି ରଖାଯିବା ବେନିୟମ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା । ତଦନ୍ତ ପରେ ଆଇନ ଅନୁଯାୟୀ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ କହିଥିଲେ ।