Advertisement

ଦୁର୍ଘଟଣାରେ ଜଣେ ମୃତ, ୬ ଗୁରୁତର

ବାଉଁଶୁଣୀ, ୧୨।୬(ଡି.ଏନ.ଏ.): ବୌଦ୍ଧ ଜିଲା ୫୭ ନଂ. ଜାତୀୟ ରାଜପଥର ବାଉଁଶୁଣୀ ଥାନା ଅନ୍ତର୍ଗତ ଦନ୍ତାପାଲି ନିକଟରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଆଗ ଚକା ଫାଟିଯିବାରୁ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ରୀତାଞ୍ଜଳି ବେହେରା।

ମଳିଥିବା ସୂଚନା ମୁତାବକ, ଓଡି ୦୩ ଭି ୩୪୯୩ ନମ୍ବର ବିଶିଷ୍ଟ ଏକ ବୋଲେରୋ ଗାଡି ଫୁଲବାଣୀରୁ ଟିଟିଲାଗଡ଼ ଯାଉଥିଲା। ହେଲେ ଗାଡିର ଆଗ ଚକ ଫାଟିଯିବାରୁ ଦନ୍ତାପାଲି ନିକଟରେ ଗାଡିଟି ଓଲଟି ପଡିଥିଲା। ଗାଡ଼ିରେ ୭ ଜଣ ଥିଲେ। ଦୁର୍ଘଟଣା ପରେ ସମସ୍ତ ଯାତ୍ରୀ ଆହତ ହୋଇଥିଲେ। ତୁରନ୍ତ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ରୀତାଞ୍ଜଳିଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସୋନପୁର ଜିଲା ଡାକ୍ତରଖାନା ପଠାଯାଇଥିଲା। ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଆହତମାନେ ହେଲେ ପୁଷ୍ପାଞ୍ଜଳି ସାହୁ, ଶାଳିନୀ ସାହୁ, ପ୍ରଦୀପ ସାହୁ, ବିକ୍ରମ ସାହୁ, ଶିବାନୀ ସାହୁ, ଓମ ବେହେରା। ସମସ୍ତଙ୍କୁ ବୌଦ୍ଧ ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଖବରପାଇ ବାଉଁଶୁଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share