ବାଲିମେଳା ଜଳଭଣ୍ଡାରରେ ବୁଡ଼ି ଜଣେ ନିଖୋଜ

ଚିତ୍ରକୋଣ୍ଡା,୯ା୯(କ୍ଷୀରୋଦ ବେହେରା): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଦେଇ ଯାଇଥିବା ବାଲିମେଳା ଜଳଭଣ୍ଡାରର ସୱାଭିମାନ ଅଞ୍ଚଳ ପଲସିପଦର ଘାଟରେ ବୁଡ଼ି ଜଣେ ନିଖୋଜ।

ମିଳିଥିବା ସୂଚନାନୁଯାୟୀ, ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ରାମଗୁଡ଼ା ଗ୍ରାମର ବାସିନ୍ଦା ରାମଚନ୍ଦ୍ର ମୁଦୁଲ(୪୭) ନିକଟସ୍ଥ ଯୋଡ଼ାମ୍ବ ପଞ୍ଚାୟତ ଦରଲାବେଡା ହାଟକୁ ଯାଇଥିଲେ। ହାଟରୁ କାମ ସାରି ଡଙ୍ଗାରେ ବସି ଫେରିବା ବେଳେ ଅଘଟଣ ଘଟି ରାମଚନ୍ଦ୍ର ନିଖୋଜ ଅଛନ୍ତି l ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଟିମ୍‌ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି। ଉକ୍ତ ଘଟଣା ସମ୍ପର୍କରେ ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରାଙ୍କୁ ପଚାରିବାରୁ ରାମଗୁଡ଼ା ଗ୍ରାମର ରାମଚନ୍ଦ୍ର ନିଖୋଜ ଥିବା ପ୍ରକାଶ କରିଛନ୍ତି। ଖୋଜାଖୋଜି ଜାରି ରହିଛି। ତଦନ୍ତ ପରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

Share