Categories: ଜାତୀୟ

କୁଲୁରେ ବାଦଲ ଫାଟିବାରୁ ଜଣେ ମୃତ ୩ ଆହତ

କୁଲୁ,୧୭।୭: ହିମାଚଳ ପ୍ରଦେଶର କୁଲୁରେ ବାଦଲ ଫାଟିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଆହତ ହୋଇଥିବା ସୂଚନା ମିଳିଛି। ଏହି ଘଟଣା କୁଲୁ ଜିଲାର କୟାସ ଗ୍ରାମରେ ସୋମବାର ଭୋର ୪ଟାରେ ହୋଇଥିବା ପ୍ରଶାସନ କହିଛି।
କୁଲୁ ଜିଲା ଚାନସରି ଗ୍ରାମର ବାଦଲ ଶର୍ମାଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତଙ୍କ ମଧ୍ୟରେ ରହିଛନ୍ତି ବଦୋଗି ଗ୍ରାମର ଖେମ ଚାନ୍ଦ, ଚାନସରିର ସୁରେଶ ଶର୍ମା ଓ ଚାନସରିର କପିଲ। ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି ଟୁଇଟ କରି ସୂଚନା ଦେଇଥିଲା କି ହିମାଚଳ ପ୍ରଦେଶରେ ସୋମବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

Share