ଗାଁରେ ଫାଙ୍କା ଗୁଳିଚାଳନା କରି ଜଣେ ଗିରଫ

ବାଲିଗୁଡ଼ା,୧୫ା୭(ସଞ୍ଜୟ କୁମାର ପାଣିଗ୍ରାହୀ): ଜମିବାଡ଼ି ବିବାଦକୁ କେନ୍ଦ୍ର କରି କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଟିକରବାଜୁ ଗାଁରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଅପରପକ୍ଷକୁ ଭୟଭୀତ କରିବାକୁ ଅଭିଯୁକ୍ତ ଦେଶୀ ବନ୍ଧୁକରୁ ଫାଙ୍କା ଗୁଳିଚାଳନା କରିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ ପରେ ଅଭିଯୁକ୍ତ ନିକଟରୁ ଦେଶୀ ବନ୍ଧୁକ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଲିଗୁଡ଼ା ପୋଲିସ।

ସୂଚନାନୁଯାୟୀ, ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର ଟିକରବାଜୁ ଗ୍ରାମର ଲିଞ୍ଜୁରା ମଲ୍ଲିକ ଏବଂ ଭୀମ ଦିଗାଳଙ୍କ ମଧ୍ୟରେ ଜାଗା ବାଡ଼ି ସମେତ ଆବାସ ଗୃହ ନିର୍ମାଣକୁ ନେଇ କଳହ ଲାଗି ରହିଥିଲା। ଭୀମ ଦିଗାଳ ଆବାସ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଲିଞ୍ଜୁରା ପ୍ରଥମେ ଭୀମ ଦିଗାଳଙ୍କ ନିର୍ମାଣାଧୀନ ପିଲାରଗୁଡ଼ିକ ଟାଙ୍ଗିଆରେ ହାଣି ଦେଇଥିଲେ। ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ପୁଣି ଗଣ୍ଡଗୋଳ ହୋଇଥିବା ବେଳେ ଭୀମଙ୍କୁ ଭୟଭୀତ କରାଇବା ପାଇଁ ଲାଞ୍ଜୁରା ନିଜ ଦେଶୀ ବନ୍ଧୁକ ଆଣି ସେଥିରୁ ଗୁଳିଚାଳନା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ବାଲିଗୁଡ଼ା ଥାନା କେସ୍‌ ନଂ.୧୬୪/୨୪ରେ ଏକ ମାମଲା ରୁଜୁ କରି ଦେଶୀ ବନ୍ଧୁକ ଜବତ କରିବା ସହ ଅଭିଯୁକ୍ତ ଲିଞ୍ଜୁରା ମଲ୍ଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ବାଲିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Pahalgam Terror Attack: ନିସ୍ତବ୍ଧ ଇଶାଣୀ ଗାଁ

ବାଲେଶ୍ୱର, ୨୪।୪(ବାଞ୍ଛାନିଧି ଦେ):ବାଲେଶ୍ୱର ସଦର ବ୍ଲକ ସାରଗାଁ ପଞ୍ଚାୟତ ଅଧୀନ ଇଶାଣୀ ଗାଁ ଏବେ ନିସ୍ତବ୍ଧ। ସମସ୍ତେ ହତବାକ୍‌ ଓ ମ୍ରିୟମାଣ। ପ୍ରଶାନ୍ତଙ୍କ ମୃତ୍ୟୁକୁ କେହି...

Pahalgam Terror Attack: ପାକ୍‌କୁ ବଡ଼ ଧମକ ଦେଲା ଭାରତ, ରାଷ୍ଟ୍ରଦୂତଙ୍କୁ ପଠାଇଲା ସମନ

ନୂଆଦିଲ୍ଲୀ,୨୪।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭାରତ। ଏହାରି ଭିତରେ ସବୁଠୁ ବଡ଼ ଖବର ହେଉଛି, ଭାରତ ପାକିସ୍ତାନୀ ରାଷ୍ଟ୍ରଦୂତଙ୍କୁ...

ଆଜିଠାରୁ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟରେ ଖରାଛୁଟି

ଭୁବନେଶ୍ୱର,୨୪।୪(ସୁଚିସ୍ମିତା ସାହୁ): ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳି ଜାରି ରହିଛି। ଏଥିରୁ ଛାତ୍ରୀଛାତ୍ରଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାରଠାରୁ ଉଚ୍ଚଶିକ୍ଷା ବିଭାଗ...

ମାଙ୍କଡ ଡେଇଁଚି, ସମୟ କହିପାରିବୁନି; ଅଘୋଷିତ ବିଦ୍ୟୁତ୍ କାଟ ପାଇଁ ଲୋକେ ଛଟପଟ

ଭଞ୍ଜନଗର,୨୪/୪(ବାବୁଲା ପ୍ରଧାନ)-ଅସହ୍ୟ ଗରମ ଯୋଗୁଁ ଲୋକେ ଆଜକୁ କିଛି ଦିନ ହେବ ଛଟପଟ ହେଉଛନ୍ତି। ଅନ୍ୟପଟେ ଭଞ୍ଜନଗର ଅଞ୍ଚଳରେ ଟାଟା ପାୱାର ପକ୍ଷରୁ ବାରମ୍ବାର ଅଘୋଷିତ...

Terror Attack Death: ଜନ୍ମମାଟିରେ ପହଞ୍ଚିଲା ଓଡ଼ିଆ ପୁଅଙ୍କ ମର ଶରୀର

ବାଲେଶ୍ୱର,୨୪।୭: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ପ୍ରଶାନ୍ତ ଶତପଥୀଙ୍କ ଆଜି ହେବ ଶେଷକୃତ୍ୟ। ଆଜି ଭୋରରେ ବାଲେଶ୍ୱର ଇସାଣୀରେ ପହଞ୍ଚିଛି...

ଢେଙ୍କାନାନ ପୋଲିସ -ଅପରାଧି ଗୁଳି ବିନିମୟ , କିଙ୍ଗ ଅଫ ଫରେଷ୍ଟ ଗ୍ୟାଙ୍ଗ ସଦସ୍ୟ ଆହତ

ଢ଼େଙ୍କାନାଳ,୨୪।୪(ରତନ ନାୟାର): ଢେଙ୍କାନାଳ ପୋଲିସ ଓ ଜଣେ ଦୂର୍ଦ୍ଧଷ ଅପରାଧି ମଧ୍ୟରେ ବୁଧବାର ବିଳମ୍ବିତ ରାତିରେ ଗୁଳି ବିନିମୟ ହୋଇଛି । ଏହି ଘଟଣାରେ ଜିଲାର...

Kashmir Terror Attack: ଆଉ ଜଣେ ଓଡ଼ିଆ ମୃତ

ଲାଠୋର,୨୪ା୪(ଭୁବନେଶ୍ୱର ବାରିକ): ମଙ୍ଗଳବାର ଅପରାହ୍ନରେ ଜମ୍ମୁ-କଶ୍ମୀରର ପହଲଗାମ୍‌ ଜିଲାରେ ହୋଇଥିବା ଆତଙ୍କବାଦୀଙ୍କ ଆକ୍ରମଣରେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ୍‌ ଲାଠୋର ଗ୍ରାମର ଦିନେଶ ଅଗ୍ରୱାଲ(୪୫) ପ୍ରାଣ...

ପ୍ରେମ ପାହାଡ଼ରେ ମରି ପଡ଼ିଛନ୍ତି ୫ ଠେକୁଆ

ରାୟଗଡ଼ା,୨୩ା୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସଦରମହକୁମାସ୍ଥିତ ପ୍ରେମ ପାହାଡ଼ରେ ବୁଧବାର ସମୟରେ ୫ଟି ଠେକୁଆ ମରିପଡ଼ିଥିବା ଦେଖିବାକୁ ମଳିଥିଲା। ତେବେ ପ୍ରେମ ପାହାଡ଼ରେ କେବେ ଠେକୁଆଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image