Advertisement

ଦିନ ମଜୁରିଆଙ୍କ ଟଙ୍କା ହଡ଼ପ ଅଭିଯୋଗରେ ଜଣେ ଗିରଫ

କୋରାପୁଟ/ନାରାୟଣପାଟଣା,୨୮ା୯(ଅମିତାଭ ବେହେରା/ରାଜକିଶୋର ଜେନା): କୋରାପୁଟ ଜିଲା ନାରାୟଣପାଟଣା ବ୍ଲକରେ ଜଣେ ଦିନ ମଜୁରିଆଙ୍କ ପାରିଶ୍ରମିକ ଟଙ୍କା ହଡ଼ପ କରିଥିବା ନଜରକୁ ଆସିଛି। ଏନେଇ ଗୁରୁବାର ହଡ଼ପକାରୀଙ୍କୁ ନାରାୟଣପାଟଣା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ବାଲିପେଟା ଗ୍ରାମର ଧରମା ରାଜୁ ସୁବୁଦ୍ଧି। ଦୀର୍ଘବର୍ଷ ଧରି ଶ୍ରମିକ କାର୍ଡଧାରୀଙ୍କ ଆଖିରେ ଧୂଳି ଦେଇ ଧରମା ଲୁଟୁଥିଲେ ଲକ୍ଷଲକ୍ଷ ଟଙ୍କା। ଶ୍ରମିକ କାର୍ଡଧାରୀମାନଙ୍କୁ ସରକାରଙ୍କ ତରଫରୁ ମିଳୁଥିବା ସହାୟତା ରାଶି ଅଧିକାଂଶ ଲୋକ ଜାଣି ନ ଥିବା ବେଳେ ତାହାର ଫାଇଦା ଉଠାଉ ଥିଲେ ଧରମା। ଏମିତିକି କାର୍ଡଧାରୀଙ୍କୁ ମିଳୁଥିବା ଅର୍ଥ ରାଶିକୁ ଅଧା ଦେଇ ବଳକା ଅଧା ଅର୍ଥ ରାଶିକୁ ବିଭିନ୍ନ ଆଳ ଦେଖାଇ ନିଜେ ରଖୁଥିଲେ। ଏହାକୁ ନେଇ ଜୟପୁର ଲେବର ଅଫିସରେ ଅଭିଯୋଗ ହୋଇଥିଲେ ମଧ୍ୟ ଏହି ଘଟଣାକୁ ଜାଣି ମଧ୍ୟ ମୋଟା ଅଙ୍କରେ ଟଙ୍କା ନେଇ ଚୁପ୍‌ ରହୁଥିଲେ ଲେବର ଅଫିସର। କିନ୍ତୁ ଆଜି ତାଙ୍କ କାର୍ଯ୍ୟକଳାପ ପୋଲିସ ହାତରେ ଧରାପଡ଼ିଛି।

ସୂଚନା ଥାଉକି, ପୋଡାପଦର ପଞ୍ଚାୟତ ସାମନା ଗ୍ରାମର ଜଣେ ଲେବର କାର୍ଡଧାରୀ ତାଙ୍କର ଝିଅ ବିବାହ କରିଥିବା ବେଳେ ସରକାରଙ୍କ ତରଫରୁ ତାଙ୍କୁ ୫୦,୦୦୦ ଟଙ୍କା ମିଳିଥିଲା। କିନ୍ତୁ ଜୋର୍‌ ଜବରଦସ୍ତ ତାଙ୍କ ଟଙ୍କାରୁ ଅଧା ଟଙ୍କା ଜୟପୁର ଅଫିସରେ ଦେବାକୁ ପଡ଼ିବ କହି ନେଇ ଯାଇଥିଲେ ଧରମା। ଖାଲି ସେହି ବ୍ୟକ୍ତିଙ୍କଠାରୁ ନୁହେଁ ବରଂ ପାଖ ଗ୍ରାମର ଅନେକ ପରିବାରଙ୍କଠାରୁ ମଧ୍ୟ ଅଧା ଟଙ୍କା ନେଇଥିବା ବେଳେ ଆଜି ନାରାୟଣପାଟଣା ଥାନାରେ ସମୂହ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ନାରାୟଣପାଟଣା ପୋଲିସ ତଦନ୍ତ କରି ଧରମାଙ୍କୁ ଗିରଫ କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share