ବଜ୍ରାଘାତ ନେଲା ଜଣଙ୍କ ଜୀବନ, ୩ ଗୁରୁତର

ଭୁବନ, ୧୫।୧୦(ଡି.ଏନ.ଏ.): ଢେଙ୍କାନାଳ ଜିଲା ଭୁବନ ଏନଏସି ଗୋଡ଼ି ପାଟଣା ଗ୍ରାମର ପଦନ ଦାସ (୫୨) ବଜ୍ରାଘାତରେ ମୃତବରଣ କରିଛନ୍ତି। ସେହିପରି ବଜ୍ରାଘାତରେ ଭୁଷଳ ପଞ୍ଚାୟତ ଅସୁର ବନ୍ଦ ଗ୍ରାମର ଚଗଲି ମଳିକ(୩୩), ଦେବକୀ ମଳିକ(୫୦) ଓ କଣ୍ଢେଇ ମଳିକ (୨୨) ଗୁରୁତର ଆହତ ହୋଇଥିଲେ। ଭୁବନ ବୁଦ୍ଧେଶର ଶୈବପୀଠ ନିକଟରେ ବହି ଯାଇଥିବା ବ୍ରାହ୍ମଣୀ ନଦୀ ତଟରେ ଗାଈ ଚରାଉଥିବା ବେଳେ ହଠାତ୍‌ ବଜ୍ରାଘାତ ହୋଇଥିଲା। ବଜ୍ରାଘାତରେ ପଦନଙ୍କ ଦେହର ବିଭିନ୍ନ ଅଙ୍ଗ ଜଳି ଯାଇଥିବା ସହିତ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଭୁବନ ଡାକ୍ତରଖାନାକୁ ନେଇ ଆସିଥିଲେ । ଭୁବନ ବ୍ଲକ ଭୁଷଳ ପଞ୍ଚାୟତ ଅସୁର ବନ୍ଧ ଗ୍ରାମର ୩ ଜଣ ଯାକ ମହିଳା ଘରେ ଥିବାବେଳେ ବଜ୍ରାଘାତ ହେବାରୁ ସେମାନେ ଅଚେତ ହୋଇଯାଇଥିଲେ । ପରିବାର ଲୋକ ତାଙ୍କୁ ୧୦୮ ଯୋଗେ ଭୁବନ ଡାକ୍ତରଖାନାକୁ ନେଇ ଆସିଥିଲେ। ସେମାନେ ଏବେ ଚିକିତ୍ସିତ ଅଛନ୍ତି। ଖବର ପାଇ ଭୁବନ ରାଜସ୍ବ ବିଭାଗ ଅଧିକାରୀ ଶ୍ରୀକାନ୍ତ କୁମାର ପରିଡ଼ା ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରିଥିଲେ।

Share