Posted inଖେଳ

ଗୋଟିଏ ଫୋନ କଲ୍‌ ବଦଳାଇଦେଲା ଭାଗ୍ୟ: ମିଳିଲା ଅଲମ୍ପିକ୍‌ ଟିକେଟ୍‌

ନୂଆଦିଲ୍ଲୀ,୨୧।୭: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ଜୁଲାଇ ୨୬ରୁ ଆରମ୍ଭ ହେବାକୁ ଯାଉଛି। ଭାରତୀୟ ଆଥଲେଟ୍‌ମାନେ ସେମାନଙ୍କ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ କୁସ୍ତି ଦଳରେ ସମୁଦାୟ ୬ ଜଣ ରେସଲର ଅଛନ୍ତି। ସେଥିମଧ୍ୟରୁ କେବଳ ଜଣେ ପୁରୁଷ ରେସଲର ଅଛନ୍ତି। ତାଙ୍କ ନାମ ହେଉଛି ଅମନ ଶେରାୱତ। ଅଲିମ୍ପିକ୍ସ ପାଇଁ ଅମନ ଯୋଗ୍ୟତା ଅର୍ଜନ କରିବାର ଏକ ବିଶେଷ କାହାଣୀ ଅଛି।
ଅଲିମ୍ପିକ୍ସରେ ଟିକେଟ୍‌ ମିଳିବା ପରେ ଅମନଙ୍କ ଜୀବନ ବଦଳି ଯାଇଛି। ଅମନଙ୍କୁ ଯଦିଓ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଏକମାତ୍ର ପୁରୁଷ ରେସଲର ଭାବେ ଟିକେଟ୍‌ ମିଳିଛି, କିନ୍ତୁ ସେ ଏବେ ବି ଅନ୍ୟ ଦୁଇ କୁସ୍ତିମାନଙ୍କ ସହିତ ଛତ୍ରସାଲ ଷ୍ଟାଡିୟମର ଗ୍ୟାଲେରୀ ତଳେ ଏକ ଛୋଟ କୋଠରୀରେ ରୁହନ୍ତି। ବର୍ଷୀୟ ଅମନ ତାଙ୍କ କାନ୍ଥରେ ‘କ୍ୱାଲିଫାଏଡ ଆଥଲେଟ’ ସାର୍ଟିଫିକେଟ ପୋଷ୍ଟ କରିଛନ୍ତି, ଯାହାକୁ ସେ ମେ ମାସରେ ଇସ୍ତାନବୁଲରେ ଅନୁଷ୍ଠିତ ବିଶ୍ୱ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟରେ ଗ୍ରହଣ କରିଥିଲେ। ଏହି ସାର୍ଟିଫିକେଟ ହେଉଛି ତାଙ୍କ କୋଠରୀର ନୂତନ ସାଜସଜ୍ଜା।
ର୍କିଗିଜସ୍ଥାନରେ ଅନୁଷ୍ଠିତ ଏସୀୟ କ୍ୱାଲିଫାୟରରେ ବିଫଳ ହେବା ପରେ ଅମନ ନିରାଶ ହୋଇଥିଲେ। ସେତେବେଳେ ସେ ତାଙ୍କ ଭବିଷ୍ୟତ ପାଇଁ ଚିନ୍ତିତ ଥିଲେ। ତା’ପରେ ତାଙ୍କୁ ଦୁଇଥର ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କଠାରୁ କଲ ଆସିଥିଲା। ବର୍ତ୍ତମାନ ଜେଲରେ ଥିବା ସୁଶୀଲ କୁମାର କୁସ୍ତିମାନଙ୍କ ମଧ୍ୟରେ ଜଣେ ସମ୍ମାନିତ ବ୍ୟକ୍ତି ଅଟନ୍ତି। ପ୍ରତିରକ୍ଷା ନ କରିବାକୁ ଏବଂ ତାଙ୍କ ଆକ୍ରମଣକୁ ବଜାୟ ରଖିବାକୁ ସୁଶୀଲ ଅମାନଙ୍କୁ ପରାମର୍ଶ ଦେଇଥିଲେ।
ସୁଶୀଲ କୁମାରଙ୍କ ସହ ଫୋନ କଲ ବିଷୟରେ ଅମନ କୁହନ୍ତି – ଏସୀୟ ଯୋଗ୍ୟତା ପରେ ମୁଁ ଟିକେ ଚାପରେ ଥିଲି କାରଣ ମୁଁ କୋଟା ବିନା ଫେରି ଆସିଥିଲି ଏବଂ ମୋ ଠାରୁ ଆଶା ମଧ୍ୟ ରହିଥିଲା। ମୋର ମନରେ କିଛି ସନ୍ଦେହ ଥିଲା। ସୁଶୀଲ ଜିଙ୍କ ସହ କଥାବାର୍ତ୍ତା କରି ମୁଁ ଏଠାରେ ଛତ୍ରସାଲରେ ଟ୍ରେନିଂ ନେଉଥିଲି ଏବଂ ମୋର ଉଦ୍ଦେଶ୍ୟ ଥିଲା ପୂରା ମିନିଟ ପାଇଁ ଲଢିବା, ଶେଷରେ ମୁଁ ମୋ ଲକ୍ଷ୍ୟରେ ପହଞ୍ଚିଛି। ଆଶା ମୁଁ ଟିକେଟ୍‌ ଜିତିବି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ...

୪ ଓଭର, ଗୋଟିଏ ମେଡେନ୍‌, ୪ ରନ୍‌…. ଛାଇଗଲେ ଭୁବି

ନୂଆଦିଲ୍ଲୀ,୭।୯: ଭୁବନେଶ୍ୱର କୁମାର ୟୁପି ଟି-୨୦ ଲିଗ ୨୦୨୪ରେ ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଗରେ ବିରୋଧୀ ବ୍ୟାଟ୍ସମ୍ୟାନମାନେ ଅସହାୟ...

୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା

ନୂଆଦିଲ୍ଲୀ,୭।୯: ଇଂରାଜୀ ବ୍ୟାଟ୍ସମ୍ୟାନ ଓଲି ପୋପ ଏବେ ଚମତ୍କାର ଫର୍ମରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍‌ର ଇନିଂସ ଖେଳି ଅପରାଜିତ ଅଛନ୍ତି। ତେବେ...

ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌...

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ...

ଲେଜେଣ୍ଡ୍ସ ଲିଗ୍‌ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍‌ ପଠାନ କ୍ୟାପଟେନ୍‌

ପ୍ୟାରିସ୍‌,୬ା୯: ଲେଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ...

କେବେ ଦେଖି ନ ଥିବେ ଏମିତି ମ୍ୟାଚ୍‌: ଟି-୨୦ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍‌ରେ ଅଲଆଉଟ୍‌ ହେଲା ଏହି ଦଳ

ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri