Categories: ଜାତୀୟ

ସୋନିଆଙ୍କ ଗୋଟିଏ ଫୋନ କଲ, ଆଉ ଜିଦ୍‌ ଛାଡ଼ିଲେ ଶିବକୁମାର…

ବେଙ୍ଗାଲୁରୁ,୧୮।୫ : କର୍ନାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ହେବେ। ଡି.କେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବେ। ମୁଖ୍ୟନ୍ତ୍ରୀ ହେବାକୁ ଜିଦ ଧରିଥିବା ଶିବକୁମାରଙ୍କୁ ମନାଇବା ସହ ଦଳର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଏଥିରେ ସବୁଠାରୁ ବଡ ଭୂମିକା ଗ୍ରହଣ କରିଛନ୍ତି।

ସୂତ୍ରରୁ ପ୍ରକାଶ ସୋନିଆ ଗାନ୍ଧୀଙ୍କ ହସ୍ତକ୍ଷେପ ପରେ ହିଁ ଡି.କେ ଶିବକୁମାର କର୍ନାଟକର ଉପମୁଖ୍ୟମନ୍ତ୍ରୀ ହେବାକୁ ରାଜି ହୋଇଛନ୍ତି। ପାର୍ଟି ସୂତ୍ର ଅନୁଯାୟୀ, ସୋନିଆ ଗାନ୍ଧୀଙ୍କ ଗୋଟିଏ ଫୋନ କଲ ପରେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ହେବାକୁ ରାଜି ହୋଇଛନ୍ତି। ସୋନିଆ ଗାନ୍ଧୀଙ୍କ ସହ କଥା ହେବା ପୂର୍ବରୁ ଶିବକୁମାର ମୁଖ୍ୟମନ୍ତ୍ରୀ ହେବାରେ ଜିଦ ଧରିଥିଲେ।

ବୁଧବାର ସାରେ ସୋନିଆ ଗାନ୍ଧୀ ଶିବକୁମାରଙ୍କୁ ଫୋନ କରିଥିବା ସୂତ୍ରରୁ ପ୍ରକାଶ। ଏହା ପରେ କଂଗ୍ରେସ ଦଳକୁ ମା କହୁଥିବା ଶିବକୁମାର କର୍ନାଟକରେ ଦୁଇ ନମ୍ବର ପଦ ଗ୍ରହଣ କରିଛନ୍ତି। ତେବେ କ୍ୟାବିନେଟରେ ଯୋଗଦେବାକୁ ଥିବା ନେତାଙ୍କ ସମ୍ପର୍କରେ ଦଳରେ ଚର୍ଚ୍ଚା ଚାଲିଛି।

Share