ଗୋଟିଏ ପରେ ଗୋଟିଏ ରେକର୍ଡ କରୁଛି ‘କେଜିଏଫ୍‌-୨’

ରକିଂ ଷ୍ଟାର ୟଶଙ୍କ ଅଭିନୀତ ‘କେଜିଏଫ୍‌-୨’ ଫିଲ୍ମ ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରୁଛି । ବର୍ତ୍ତମାନ ଫିଲ୍ମଟି ହିନ୍ଦୀ ଭର୍ସନ ଫିଲ୍ମ ଭାବେ ବାହୁବଳୀ ପରେ ଏହା ଦ୍ବିତୀୟ ସ୍ଥାନରେ ରହିଛି । ଏହାସହିତ ସୁପରଷ୍ଟାର ଆମିର ଖାନଙ୍କ ଅଭିନୀତ ‘ଦଙ୍ଗଲ’କୁ ମଧ୍ୟ ଏହା ପଛରେ ପକାଇଛି ।
ଏକ ରିପୋର୍ଟ ଅନୁଯାୟୀ, ‘ବାହୁବଳୀ ୨’ର ହିନ୍ଦୀ ଭର୍ସନ ମୋଟ ୫୧୦.୯୯ କୋଟି ରୋଜଗାର କରିଥିବାବେଳେ ଦଙ୍ଗଲ ଫିଲ୍ମ ୩୮୭.୩୮ କୋଟି ଟଙ୍କା ରୋଜଗାର କରିଥିଲା । ହେଲେ ଦଙ୍ଗଲକୁ ପଛରେ ପକାଇ ୟଶଙ୍କ କେଜିଏଫ୍‌-୨ ରିଲିଜର ୨୧ ଦିନରେ ୩୯୧.୬୫ କୋଟି ରୋଜଗାର କରିଛି । ନିକଟରେ ‘କେଜିଏଫ୍‌-୨’ ବକ୍ସ ଅଫିସରେ ୧୦୦୦ କୋଟି ଅତିକ୍ରମ କରିଥିବା ଜଣାପଡିଛି। ଫିଲ୍ମଟି କନ୍ନଡ ସମେତ ତାମିଲ, ତେଲୁଗୁ, ମାଲାୟାଲମ,ହିନ୍ଦୀ ଭାଷାରେ ରିଲିଜ୍‌ ହୋଇଥିଲା।

Share