ନୂଆଦିଲ୍ଲୀ,୨୩।୧: ଦେଶର ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପ୍କାର୍ଟରେ ପ୍ରତି ମିନିଟ୍ରେ ଗୋଟିଏ ଶାଢ଼ି ବିକ୍ରି ହେଉଥିବା ଫ୍ଲିପ୍କାର୍ଟ ପକ୍ଷରୁ କୁହାଯାଇଛି। କାରଣ ଭାରତୀୟ ଶାଢ଼ିକୁ ବିଶ୍ୱରେ ଅନ୍ୟତମ ପୁରାତନ ପୋଷାକ ଭାବେ ପରିଗଣିତ କରାଯାଇଥାଏ।
ଏପରିକି ଜେନ୍ ଜେଡ୍ଠାରୁ ଆରମ୍ଭକରି ମିଲେନିଆଲ ଓ ବୟସ୍କ ମହିଳାଙ୍କ ପର୍ଯ୍ୟନ୍ତ ବିଭିନ୍ନ ପିଢ଼ି ଓ ବର୍ଗର ଭାରତୀୟ ମହିଳାମାନେ ସୌନ୍ଦର୍ଯ୍ୟତାର ଏହି ଉତ୍କର୍ଷତାକୁ ଗ୍ରହଣ କରିଥାନ୍ତି।
ବିଶେଷକରି ବଲିଉଡ୍ ଦ୍ୱାରା ଅନୁପ୍ରାଣିତ ବନାରସି ଶାଢ଼ି,ଦୈନନ୍ଦିନ ବ୍ୟବହାର ପାଇଁ କଟନ୍ ଶାଢ଼ି, କାଞ୍ଜିବରମ୍, ବାନ୍ଧନି, ଜାମଦାନି, ଚନ୍ଦେରି, ହ୍ୟାଣ୍ଡଲୁମ୍, ମହୀଶୂର ଓ ମେଖେଲା ଚାଦୋର ଆଦି ଶାଢ଼ି ସର୍ବାଧିକ କ୍ରୟ ହୋଇଥିବା ଶୀର୍ଷ ୧୦ଟି ଶାଢ଼ି ଭାରିଆଣ୍ଟ୍ ପ୍ଲାଟଫର୍ମରେ ଅନ୍ତର୍ଭୁକ୍ତ ହୋଇଛି।