ଗୋଟିଏ ଡୋଜ୍‌ରେ ଭଲ ହେବନାହିଁ କରୋନା ଭାଇରସ !

ନୂଆଦିଲ୍ଲୀ,୩୧।୮: କରୋନା ଭାଇରସ ମହାମାରୀର ରୂପ ନେଇଥିବା ବେଳେ ପ୍ରତିଦିନ ସାରା ବିଶ୍ୱରେ ଏହି ମହାମାରୀର ଶିକାର ହୋଇ ହଜାର ହଜାର ଜନତାଙ୍କ ଜୀବନ ଯାଉଛି। ହେଲେ ଏଥିରୁ ମୁକ୍ତି ପାଇବାକୁ ବିଶେଷଜ୍ଞମାନେ ଦିନରାତି ଏକାଠି କରି ସାରିଲେଣି। ଏବେ ଏହାକୁ ନେଇ ଆମେରିକାର ବିଶେଷଜ୍ଞମାନେ କହିଛନ୍ତି ଗୋଟିଏ ଡୋଜ୍‌ କରୋନା ଟିକାରେ ଏହା ସମ୍ପୂର୍ଣ୍ଣ ଭାବେ ଠିକ୍‌ ହେବନାହିଁ। ଜଣକୁ ଅତିକମ୍‌ରେ ୨ ଡୋଜର ଆବଶ୍ୟକତା ପଡିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି। କରୋନା ଭାଇରସ ଭଳି ଏକ ଅଦୃଶ୍ୟ ଶକ୍ତି ସହ ଲଢିବାକୁ ହେଲେ ଏବେ ସାରା ବିଶ୍ୱରେ ପିପିଇ କିଟ୍‌, ଟେଷ୍ଟିଙ୍ଗ କିଟ୍‌ ଆଦି ନିଅଣ୍ଟ ପଡୁଥିବା ବେଳେ ଭ୍ୟାକ୍ସିନ ବା ଟିକାର ୨ ଡୋଜ ମିଳିବା କଷ୍ଟକର ହେବ ବୋଲି କୁହାଯାଉଛି। ଏହାସହ ଅନେକେ ଏହାର ପ୍ରଭାବକୁ ଭୟ କରି ଟିକା ନ ନେଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ତେଣୁ କରୋନା ଭ୍ୟାକ୍ସିନେଶନ ବଡ ଚ୍ୟାଲେଞ୍ଜ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହା ମାନବ ଇତିହାସରେ ସବୁଠାରୁ ବଡ ଭ୍ୟାକ୍ସିନେଶନ ପ୍ରୋଗ୍ରାମ ହେବାକୁ ଯାଉଛି। ଆଉ ଏହାକୁ ପୂରଣ କରିବାକୁ ଖୁବ୍‌ ପରିଶ୍ରମ ମଧ୍ୟ କରିବାକୁ ପଡିବ। କାରଣ ଦେଶରେ ପୂର୍ବରୁ ଏତେବଡ ଭ୍ୟାକ୍ସିନେଶନ ପ୍ରୋଗ୍ରାମ କେବେ ହୋଇନାହିଁ।

Share