ରାଞ୍ଚି,୭।୧୦: ଝାଡଖଣ୍ଡର ଦୁମକାରେ ଏକତରଫା ପ୍ରେମ ପାଇଁ ଜଣେ ଯୁବତୀଙ୍କୁ ପେଟ୍ରୋଲ ଢାଳି ଜାଳିଦେବା ଭଳି ହୃଦୟ ବିଦାରକ ଘଟଣା ଘଟିଛି। ଜଣେ ବିବାହିତ ଯୁବକ ତାଙ୍କୁ ବଳପୂର୍ବକ ବିବାହ କରିବାକୁ ଚାହୁଁଥିଲେ, ପରିବାରର ମନା ପରେ ସେ ଯୁବତୀଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେବା ପାଇଁ ରାଞ୍ଚି ପଠାଯାଇଛି।
ଏହି ଘଟଣା ଜର୍ମୁଣ୍ଡି ବ୍ଲକର ଭାଲକି ଗ୍ରାମରେ ଘଟିଛି। ୧୯ ବର୍ଷିୟା ମାରୁତି କୁମାରୀଙ୍କ ଜେଜେମା’ଙ୍କ ସହ ଶୋଇଥିବାବେଳେ ଅଭିଯୁକ୍ତ ରାଜେଶ ରାଉତ ପେଟ୍ରୋଲ ଲଗାଇ ନିଆଁ ଲଗାଇ ଦେଇଥିଲେ। ହଠାତ୍ ଏହି ଘଟଣାରେ ଭୟଭୀତ ହୋଇ ପରିବାର ଲୋକ ତୁରନ୍ତ ତାଙ୍କୁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରୁ ତାଙ୍କୁ ରାଞ୍ଚି ପଠାଯାଇଥିଲା। ଯୁବତୀଙ୍କ ୭୦ ପ୍ରତିଶତ ଜଳି ଯାଇଛି।