ଏକତରଫା ପ୍ରେମରେ ପଡ଼ିଲା ରକ୍ତର ଛିଟା

ଭଞ୍ଜନଗର,୧୪।୭: ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ବୁଧବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବକ ବିବାହିତା ମହିଳାଙ୍କୁ ଏକତରଫା ପ୍ରେମ କରି ବିଫଳ ହେବାରୁ ହତ୍ୟା ଉଦ୍ୟମ କରିଥିଲେ। ପରେ ସେ ନିଜେ ଆତ୍ମହତ୍ୟା କରିଛନ୍ତି । ଏ ନେଇ ଭଞ୍ଜନଗର ଥାନାରେ କୌଣସି ଅଭିଯୋଗ ହୋଇନାହିଁ ।

ମିଳିଥିବା ସୂଚନା ମୁତାବକ, ଗତ ମାସରେ ଯୁବତୀଙ୍କ ବିବାହ ହୋଇଥିଲା। ବୁଧବାର ସେ ତାଙ୍କ ବାପା ଘରକୁ ଆସିଥିଲେ । ରାତିରେ ଯୁବକ ଜଣଙ୍କ ତାଙ୍କ ଘରକୁ ଯାଇଥିବା ବେଳେ ମହିଳା ତାଙ୍କୁ ବିରୋଧ କରିଥିଲେ । ଏଥିରେ ଯୁବକ ଜଣକ ଉତ୍ୟକ୍ତ ହୋଇ ତାଙ୍କୁ ବ୍ଲେଡ଼ରେ ଆକ୍ରମଣ କରିଥିଲେ । ପରେ ନିଜେ ବିଷ ପିଇ ଦେଇଥିଲେ। ଉଭୟଙ୍କୁ ପରିବାର ଲୋକେ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲକୁ ଆଣିଥିଲେ । ଯୁବକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଯାଇଥିଲା। ସେଠାରେ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବତୀଙ୍କୁ ତାଙ୍କ ପରିବାର ଲୋକେ ଅନ୍ୟତ୍ର ଚିକିତ୍ସା ପାଇଁ ନେଇଥିବା ଜଣାପଡ଼ିଛି।

Share