ଏକତରଫା ପ୍ରେମ: ନାବାଳିକାଙ୍କ ଗଳା କାଟିଦେଲେ ଯୁବକ

ବାଲେଶ୍ୱର ଅଫିସ, ୩।୨- ବାଲେଶ୍ବର ସହଦେବଖୁଣ୍ଟା ଥାନା ଅଧୀନ ନୂଆବଜାର ଅଞ୍ଚଳର ଜଣେ ଯୁବକ ଏକ ନାବାଳିକାଙ୍କୁ ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହେବା ପରେ ଉନ୍ମତ୍ତକାଣ୍ଡ ଘଟାଇଛନ୍ତି। ସୋମବାର ସାରେ ନାବାଳିକାଜଣକ ଟ୍ୟୁଶନରୁ ଫେରୁଥିବା ବେଳେ ଉକ୍ତ ଯୁବକ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଗଳାକୁ କାଟି ଦେଇଛନ୍ତି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ନାବାଳିକାଙ୍କୁ ସହଦେବଖୁଣ୍ଟା ଥାନା ପୋଲିସ ଉଦ୍ଧାର କରି ଜିଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରିଛି। ପୋଲିସ ଘଟଣାର ତଦନ୍ତ ଜାରି କରିଛି।

Share