Categories: ଜାତୀୟ

ଅନୁପ୍ରବେଶ ଉଦ୍ୟମ ପଣ୍ଡ: ମୃତଦେହ ନେଇଗଲେ ସାଥୀ ଆତଙ୍କବାଦୀ

ଜମ୍ମୁ,୨୩।୧୨: ଜମ୍ମୁ ଅଖନୁର ଖୋର୍‌ ସେକ୍ଟର ଅଞ୍ଚଳରେ ୪ଜଣ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଯବାନ ଏହାକୁ ପଣ୍ଡ କରିଦେଇଛନ୍ତି। ଏପରିକି ଯବାନଙ୍କ ଗୁଳିମାଡ଼ରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଅଧିକାରୀମାନେ କହିଛନ୍ତି।

ଅଧିକାରୀଙ୍କ ସୂଚନା ମୁତାବକ, ୪ଜଣ ସଶସ୍ତ୍ର ଆତଙ୍କବାଦୀ ଅଖନୁର ଖୋର୍‌ ସେକ୍ଟର ଅଞ୍ଚଳରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ। ଫଳରେ ଯବାନଙ୍କ ପକ୍ଷରୁ ଆତଙ୍କବାଦୀଙ୍କୁ ଧରିବା ପାଇଁ ଅପରେଶନ ଆରମ୍ଭ ହୋଇଥିଲା। ସେତିକିବେଳେ ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲେ। ହେଲେ ସାଥୀ ଆତଙ୍କବାଦୀମାନେ ମୃତଦେହ ଧରି ଫେରାର ହୋଇଯାଇଥିବା ଜଣାପଡିଛି। ଅନ୍ୟପକ୍ଷେ ଘଟଣା ସ୍ଥଳରେ ସର୍ଚ୍ଚ ଅପରେଶନକୁ ଜୋରଦାର କରାଯାଇଛି।

Share