Categories: ଜାତୀୟ

୩ ମନ୍ତ୍ରୀଙ୍କ ସମେତ ଏକ ତୃତୀୟାଂଶ ବିଧାୟକଙ୍କ ଟିକଟ କଟିବା ଆଶଙ୍କା, ରଣନୀତି ପ୍ରସ୍ତୁତ କଲା ଭାଜପା…

ଶିମ୍‌ଲା, ୨।୫ : ଗତ ଚାରିମାସ ମଧ୍ୟରେ ଦୁଇଟି ଆଭ୍ୟନ୍ତରୀଣ ସର୍ଭେର ଫଳାଫଳକୁ ନେଇ ହିମାଚଳ ପ୍ରଦେଶରେ ଭାଜପା ପକ୍ଷରୁ ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ତିନିଜଣ ମନ୍ତ୍ରୀଙ୍କ ସମେତ ଏକ ତୃତୀୟାଂଶ ବିଧାୟକଙ୍କ ଟିକେଟ କାଟିବ ବୋଲି ଚର୍ଚ୍ଚା ହେଉଛି।

ରାଜ୍ୟରେ ବିଧାୟକଙ୍କ ମଧ୍ୟରେ ଏନେଇ ଅସନ୍ତୋଷ ବୃଦ୍ଧି ପାଉଛି। ଦଳ ନିଷ୍ପତ୍ତି ନେଇଛି ଯେ ଦୁଇଟି ନିର୍ବାଚନରେ ହାରିଥିବା ନେତାଙ୍କ ନାମ ମଧ୍ୟ ବିଚାରକୁ ନିଆଯିବ ନାହିଁ। ହିମାଚଳ ପ୍ରଦେଶ, ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନରେ ହେବାକୁଥିବା ବିଧାନସଭା ନିର୍ବାଚନ ପ୍ରସଙ୍ଗରେ ଦଳରେ ସଦସ୍ୟଙ୍କ ପ୍ରାର୍ଥୀତ୍ୱ ନେଇ ମନ୍ଥନ ଜାରି ରହିଛି।

ଏହି ସମସ୍ତ ରାଜ୍ୟ ପାଇଁ ବିଭିନ୍ନ ରଣନୀତି ପ୍ରସ୍ତୁତ କରାଯାଇଛି। ପାର୍ଟି ଏବଂ ସାଂଗଠନିକସ୍ତରରେ ଏହି ସପ୍ତାହରେ ଛତିଶଗଡ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ଉପରେ ଆଲୋଚନା ହୋଇଛି। ହିମାଚଳ ପ୍ରସଙ୍ଗରେ ଦଳ ସୂତ୍ରରୁ ପ୍ରକାଶ ଯେ ବିଧାନସଭା ଆସନକୁ ;ନଇ ଆଭ୍ୟନ୍ତରୀଣ ସର୍ଭେ ଦୁଇଥର କରାଯାଇଛି। ଏଥିରେ, ଏକ ତୃତୀୟାଂଶରୁ ଅଧିକ ବିଧାୟକଙ୍କ ବିରୋଧରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ସେମାନଙ୍କ ମଧ୍ୟରେ ତିନିଜଣ ମନ୍ତ୍ରୀ ଅଛନ୍ତି।

ହିମାଚଳ ପ୍ରଦେଶ ସହିତ ଗୁଜୁରାଟ ବିଧାନସଭା କାର୍ଯ୍ୟକାଳ ଚଳିତ ବର୍ଷ ଶେଷ ଆଡ଼କୁ ଶେଷ ହେବାକୁ ଯାଉଛି। ଦଳ ମଧ୍ୟ ଶୀର୍ଷ ସ୍ତରରେ ପ୍ରାଥମିକ ନିର୍ବାଚନର ବିକଳ୍ପ ଉପରେ ଆଲୋଚନା କରୁଛି। ଏହି ମର୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାତିରେ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ କରିଥିଲେ।

 

Share