ନୂଆଦିଲ୍ଲୀ,୨୬।୮: ଜି -୨୦ ଶିଖର ସମ୍ମିଳନୀକୁ ନେଇ ଦିଲ୍ଲୀ ବିମାନବନ୍ଦରରେ ଏକ ହଜାରରୁ ଅଧିକ ବିମାନ ବାତିଲ ହୋଇପାରେ। ରିପୋର୍ଟରେ କୁହାଯାଇଛି ଯେ, ଦିଲ୍ଲୀ ବିମାନବନ୍ଦର ପାର୍କିଂ ପାଇଁ ସ୍ଥାନ ସୃଷ୍ଟି କରିବାକୁ ଏହି ବିମାନଗୁଡ଼ିକୁ ବାତିଲ କରାଯାଇପାରେ। ଜି-୨୦ ଶିଖର ସମ୍ମିଳନୀରେ ବିମାନର ପାର୍କିଂ ପାଇଁ ଏୟାରଲାଇନ୍ସକୁ ଏହାରକ୍ରାଫ୍ଟର ପାର୍କିଂରେ ବାତିଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଏୟାରଲାଇନ୍ସ କହିଛି, ଦିଲ୍ଲୀ ବିମାନବନ୍ଦରରେ ବିମାନ ପାର୍କିଂ କରିବା ପରିବର୍ତ୍ତେ ସେମାନେ ଅନ୍ୟ କିଛି ବିମାନବନ୍ଦରରେ ପାର୍କିଂ କରିପାରିବେ। ଜି -୨୦ ଶିଖର ସମ୍ମିଳନୀ ୯ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ। ଏଥି ସହିତ ଏୟାରଲାଇନ୍ସ ମଧ୍ୟ କହିଛି ଯେ, ଏହା ସମଗ୍ର ଦେଶରେ ନେଟୱାର୍କ ଉପରେ ପ୍ରଭାବ ପକାଇପାରେ। ତେବେ ଉଡ଼ାଣ ବାତିଲ ହୋଇପାରେ ବୋଲି ଚେତାବନୀ ଦିଆଯାଇଛି।