ନୂଆଦିଲ୍ଲୀ,୨୩।୫: ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି। ଜୁନ ୫ରେ ଭାରତ ଆୟର୍ଲାଣ୍ଡକୁ ସାମ୍ନା କରିବ। ଏହା ପରେ ଜୁନ ୯ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ ହେବାକୁ ଯାଉଛି, ଯାହାକୁ ସାରା ବିଶ୍ୱର କ୍ରିକେଟ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି। ଏହି ମ୍ୟାଚର ଟିକେଟ ମୂଲ୍ୟ ୧୬.୬୦ ଲକ୍ଷ ଟଙ୍କା ଅତିକ୍ରମ କରିଛି, ଯାହାକୁ ନେଇ କ୍ରିକେଟ ପ୍ରଶଂସକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି କ୍ରମରେ ଆଇପିଏଲର ପ୍ରଥମ ଅଧ୍ୟକ୍ଷ ଲଲିତ ମୋଦି ମଧ୍ୟ ଆଇସିସିକୁ ନିନ୍ଦା କରିଛନ୍ତି।
ଲଲିତ ମୋଦି ସୋସିଆଲ ମିଡିଆରେ କହିଛନ୍ତି, ଆମେରିକାରେ ବିଶ୍ୱକପ ଆୟୋଜନ କରିବାର କାରଣ ହେଉଛି ଏହି ଖେଳର ଲୋକପ୍ରିୟତା ବଢାଇବା ଓ ନୂଆ ପ୍ରଶଂସକ ସୃଷ୍ଟି କରିବା। କିନ୍ତୁ ଏପରି ନୁହେଁ ଯେ ଗେଟ କଲେକ୍ସନରୁ ଟଙ୍କା ରୋଜଗାର କରିବା ।