ଘରେ ପଶି ଦୁଇ ମହିଳାଙ୍କୁ ହାଣିଲେ

କଣ୍ଟାବାଞ୍ଜି, ୧୧ା୯(ଡି.ଏନ.ଏ.): ପଶ୍ଚିମ ଓଡ଼ିଶାରେ ଗଣପର୍ବ ନୂଆଁଖାଇ ଶନିବାର ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଥିଲା। ହେଲେ ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ଜମିଦାରପଡାରେ ଘଟିଛି ଏକ ହତ୍ୟାକାଣ୍ଡ। ଦୁର୍ବୃତ୍ତମାନେ କପଡା ବ୍ୟବସାୟୀ ବିନୋଦ ଜୈନଙ୍କ ଘରେ ପଶି ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି।

ମୃତକ ହେଲେ ମଞ୍ଜୁଦେବୀ ଜୈନ(୫୧)। ଦୁର୍ବୃତ୍ତଙ୍କ ଆକ୍ରମଣରେ ବିନୋଦଙ୍କ ବଡ଼ଭଉଣୀ କାନୁନ କୁମାରୀ ଜୈନ(୫୫) ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଲୁଟ୍‌ ଉଦ୍ଦେଶ୍ୟରେ ଏକାଧିକ ବ୍ୟକ୍ତି ଏହି ଘଟଣା ଘଟାଇଥିବା ସନ୍ଦେହ କରାଯାଉଛି। ତେବେ ଘଟଣା ଘଟିବାର ବହୁ ବିଳମ୍ବରେ ପୋଲିସ ପହଞ୍ଚତ୍ବାରୁ ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ବଙ୍ଗୋମୁଣ୍ଡା ଥାନାରେ କେହି ଅଧିକାରୀ ନ ଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ। ଖବର ପାଇ ଟିଟିଲାଗଡ ଏସ୍‌ଡିପିଓ ସୁରେନ୍ଦ୍ର ନାଥ ଶତପଥୀ, କଣ୍ଟାବାଞ୍ଜି ଥାନା ଅଧିକାରୀ ସତ୍ୟଜିତ କାଣ୍ଡେଲକର ବଲାଙ୍ଗୀର ସାଇଣ୍ଟିଫିକ ଦଳ ସହ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛନ୍ତି।

 

Share