Categories: ଜାତୀୟ

କୃଷକ ଆନ୍ଦୋଳନକୁ ପୂରଣ ହେଲା ଏକ ବର୍ଷ, ଦିଲ୍ଲୀ ସୀମାରେ ଏକାଠି ହେଉଛନ୍ତି କୃଷକ

ନୂଆଦିଲ୍ଲୀ,୨୬ ।୧୧: କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନକୁ ବିରୋଧ କରି ସାରା ଦେଶରେ କୃଷକମାନେ ଆରମ୍ଭ କରିଥିଲେ ଆନ୍ଦୋଳନ । ୨୬ ନଭେମ୍ବର ୨୦୨୦ରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳକୁ ବର୍ଷେ ପୁରିଛି । ହେଲେ ଆଜିବି କୃଷକମାନେ ଆନ୍ଦୋଳନରେ ବସିରହିଛନ୍ତି । କେନ୍ଦ୍ର ସରକାର କୃଷି ଆଇନକୁ ପ୍ରତ୍ୟାହାର କରି ନେବା କଥା ଘୋଷଣା କରିଥିଲେ ବି ଅନ୍ୟ କିଛି ଦାବି ଯେମିତିକି ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ଭଳି ଦାବି ନେଇ ସେମାନେ ଆନ୍ଦୋଳନରେ ବସିଛନ୍ତି । କେନ୍ଦ୍ର ସରକାର ୩ କୃଷି ଆଇନକୁ ଫେରାଇ ନେବା ଘୋଷଣା କରିବା ପରେ ବି କୃଷକ ସଙ୍ଗଠନ ଘୋଷଣା କରିଥିଲା କି ଆନ୍ଦୋଳନର ବର୍ଷ ପୂର୍ତ୍ତି ଉପଲକ୍ଷେ ଦିଲ୍ଲୀ ସୀମାରେ କୃଷକମାନେ ଏକାଠି ହେବେ । ଏବେ ହରିୟାଣା, ପଞ୍ଜାବରୁ ବହୁ ସଂଖ୍ୟାରେ କୃଷକ ଦିଲ୍ଲୀ ସୀମାରେ ପହଞ୍ଚୁଥିବା ସୂଚନା ମିଳିଛି । ଇତିମଧ୍ୟରେ କେନ୍ଦ୍ର କ୍ୟାବିନେଟ ୩ କୃଷି ଆଇନକୁ ପ୍ରତ୍ୟାହାର ପ୍ରକ୍ରିୟାରେ ସହମତି ପ୍ରକାଶ କରିଛି । ଅନ୍ୟପଟେ ଦିଲ୍ଲୀ ସୀମାରେ ବହୁ ପରିମାଣରେ କୃଷକ ଏକାଠି ହେଉଥିବା ଦେଖି ବାରିକେଡ ଲଗାଇ ଦିଆଯାଇଛି । ଏହାସହ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।

Share