Categories: ଜାତୀୟ

ଜିଅନ୍ତା ସାପକୁ ଗିଳିଦେଲା ଏକ ବର୍ଷର ଶିଶୁ: ଲାଞ୍ଜ ଦେଖିବା ପରେ ମା’ କଲେ ଏପରି..

ବରେଲି,୬।୯: ଉତ୍ତରପ୍ରଦେଶର ବରେଲି ଜିଲାରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ଜଣେ ଶିଶୁ ଖେଳୁ ଖେଳୁ ଏକ ସାପକୁ ଗିଳି ଦେଇଥିଲା। ହେଲେ ତାଙ୍କ ମା’ ସାପର ଲାଞ୍ଜକୁ ଦେଖିବା ପରେ ସେ ଭିଡିକରି ସାପକୁ ବାହାର କରିଥିବା ଜଣାପଡ଼ିଛି।

ବରେଲିର ଫତେହଗଞ୍ଜ ପଶ୍ଚିମୀ ଥାନା ଅଞ୍ଚଳର ଭୋଲାପୁରର ଏହି ଘଟଣା। ଏକ ବର୍ଷର ଶିଶୁ ଖେଳୁଥିବା ସମୟରେ ଜିଅନ୍ତା ସାପକୁ ଗିଳି ଦେଇଥିଲେ। ହେଲେ ତାଙ୍କ ମା’ ସାପର ଲାଞ୍ଜ ଧରି ବାହାରକୁ ଟାଣିଥିଲେ। ପରେ ଶିଶୁଟିକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଶିଶୁଙ୍କ ବାପା ଧର୍ମପାଳ କହିଥିଲେ, ଶନିବାର ସକାଳେ ତାଙ୍କ ପୁଅ ଖେଳୁଥିଲେ। ସେତିକିବେଳେ ଏକ ସାପ ଛୁଆ ତାଙ୍କ ପାଖକୁ ଚାଲିଆସିଥିଲା। ଏହାପରେ ଶିଶୁଟି ଉକ୍ତ ସାପକୁ ପାଟିରେ ପୁରାଇଦେଇଥିଲେ। ପରେ ସାପଟି ଭିତରକୁ ଯିବାକୁ ଲାଗିଥିଲା। ହେଲେ ମା’ଙ୍କ ଦୃଷ୍ଟିରେ ପଡ଼ିବା ପରେ ସେ ସଙ୍ଗେସଙ୍ଗେ ତାର ଲାଞ୍ଜ ଧରି ଟାଣିଥିଲେ। ହେଲେ ସେତେବେଳକୁ ତାର ମୃତ୍ୟୁ ହୋଇଥିଲା। ସାପଟିର ଲମ୍ବ ୭ ଇଞ୍ଚ ଥିଲା। ପରେ ଶିଶୁଟିକୁ ଡାକ୍ତରଖାନା ନିଆଯାଇଥିଲା। ଏବେ ସେ ସୁସ୍ଥ ଅଛନ୍ତି। ଉପଯୁକ୍ତ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଡିସ୍‌ଚାର୍ଜ କରିଛନ୍ତି।

Share