Posted inଜାତୀୟ

ସାପକୁ ଖେଳନା ଭାବି କାମୁଡ଼ି ୨ ଖଣ୍ଡ କରିଦେଲା ବର୍ଷକର ଶିଶୁ, ଆଉ ତା’ ପରେ…

ପାଟ୍‌ନା,୨୧ା୮: ବିହାରର ଗୟା ଜିଲାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏକ ବର୍ଷକର ଶିଶୁ ଗୋଟିଏ ସାପକୁ ଖେଳନା ଭାବି କାମୁଡ଼ି ଦୁଇ ଖଣ୍ଡ କରିଦେଇଛି। ଫଳରେ ସାପଟିର ମୃତ୍ୟୁ ଘଟିଥିବା ବେଳେ ସୌଭାଗ୍ୟ ବଶତଃ ଶିଶୁଟି ବଞ୍ଚିଯାଇଛି।

ପିଲାଟି ଅଗଣାରେ ଖେଳୁଥିବା ବେଳେ ଏକ ସାପ ତା’ ନିକଟକୁ ଆସିବାରୁ ସେ ଖେଳନା ଭାବି କାମୁଡ଼ି ଦେଇଥିଲା। ପରିବାର ଲୋକ ତା’ ନିକଟରେ ମୃତ ସାପକୁ ଦେଖିବା ମାତ୍ରେ ସଙ୍ଗେ ସଙ୍ଗେ ତାକୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ସାପ ମରି ଯାଇଥିବା ବେଳେ ପିଲାଟି ସୁସ୍ଥ ଥିବା ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଏହି ସମୟର ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଦେଖାଯାଇଛି ଯେ, ଜଣେ ଛୋଟ ପିଲାକୁ ତା’ର ମା ଧରି ଠିଆ ହୋଇଛନ୍ତି। ଆଉ ଜଣେ ବ୍ୟକ୍ତି ଫୋନ୍‌ରେ ସାପର ଫଟୋ ଉଠାଉଥିବା ବେଳେ ଏଥିରେ କାମୁଡ଼ା ଚିହ୍ନ ରହିଥିବା ଦେଖିବାକୁ ମିଳିଛି।

ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ପରିବାରକୁ କହିଛନ୍ତି, ଏହି ଘଟଣା ପରେ ବ୍ୟସ୍ତ ହେବାର ନାହିଁ। ପିଲାଟି ଶାରୀରିକ ଭାବେ ସୁସ୍ଥ ଅଛି। ସାପଟି ବିଷାକ୍ତ ନୁହେଁ। ମୌସୁମୀ ଋତୁରେ ସାଧାରଣତଃ ଏହି ସାପ ଦେଖିବାକୁ ମିଳିଥାଏ ବୋଲି ବୁଝାଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ୨ କୋଟି ଟଙ୍କାର ଚାକିରୀ ଅଫର ଦେଲା ଗୁଗୁଲ୍

ନୂଆଦିଲ୍ଲୀ,୧୭।୯: ବିହାର ଜମୁଇ ଜିଲାର ଜଣେ କମ୍ପ୍ୟୁଟର ଇଂଜିନିୟର ଗୁଗୁଲ ଲଣ୍ଡନ ଅଫିସରେ ୨ କୋଟି ଟଙ୍କାର ଚାକିରୀ ପାଇଛନ୍ତି। ଏନଆଇଟି ପାଟନାରେ ନିଜର ବିଟେକ୍...

ମହିଳାମାନେ ନାଇଟ୍‌ ଡ୍ୟୁଟି କରିବା ଉଚିତ୍‌ କି? ସରକାରଙ୍କୁ କଡ଼ା ତାଗିଦ୍‌ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୭।୯: ନାଇଟ୍‌ ଡ୍ୟୁଟିକୁ ନେଇ ସୁପ୍ରିମକୋର୍ଟ ବଙ୍ଗଳା ସରକାରଙ୍କୁ କଡ଼ା ତାଗିଦ କରିଛନ୍ତି। ଡାକ୍ତରଖାନାରେ ମହିଳା ଡାକ୍ତରଙ୍କ ନାଇଟ୍‌ ସିଫ୍ଟ ରଦ୍ଦ କରିବା ନେଇ ସୁପ୍ରିମକୋର୍ଟ...

ସୋସିଆଲ ମିଡିଆରୁ ପ୍ରେମ, ତା’ ପରେ ଗାଁରେ…ଜାଣନ୍ତୁ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ହଟ୍‌କେ ଲଭ୍‌ ଷ୍ଟୋରୀ

ନୂଆଦିଲ୍ଲୀ,୧୭।୯: ୪୩ ବର୍ଷୀୟା ଆତିଶୀ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । କେଜରିଓ୍ବାଲଙ୍କ ଜେଲ୍‌ ଯିବା ପରେ ସେ ଆକ୍ସନ ମୁଡ୍‌କୁ ଆସିଥିଲେ। ଭାଜପାକୁ ସେ...

ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଜର୍ଜିଆ ମେଲୋନୀ, ଜାଣନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ,୧୭।୯: ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କର ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ମଙ୍ଗଳବାର ମୋଦୀଙ୍କୁ ୭୪ ବର୍ଷ ହୋଇଛି। ସୋସିଆଲ ମିଡିଆରେ...

ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ କମିଯିବ କେଜରିଓ୍ବାଲଙ୍କ ପାଓ୍ବାର! ଆତିଶୀଙ୍କ ଠାରୁ କେତେ କମିଯିବ ଦରମା-ଭତ୍ତା ଓ ସୁବିଧା

ନୂଆଦିଲ୍ଲୀ,୧୭।୯: ଅରବିନ୍ଦ କେଜରିୱାଲ ରବିବାର ମୁଖ୍ୟମନ୍ତ୍ରୀ ପଦ ଛାଡିବା ନେଇ ଘୋଷଣା କରିଥିଲେ। ଏହାର ଦୁଇଦିନ ପରେ ଅର୍ଥାତ ମଙ୍ଗଳବାର ସେ ପଦରୁ ଇସ୍ତଫା ଦେଇଛନ୍ତି।...

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅରବିନ୍ଦ କେଜ୍‌ରିୱାଲ

ନୂଆଦିଲ୍ଲୀ,୧୭।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଆମ ଆଦମୀ ପାର୍ଟି(ଏଏପି) ସଂଯୋଜକ ଅରବିନ୍ଦ କେଜ୍‌ରିୱାଲ । ଅବକାରୀ ନୀତି ଘୋଟାଲା ମାମଲାରେ ଜାମିନ ମିଳିବା...

ଡାକ୍ତରଙ୍କ ସହିତ ବୈଠକ ପରେ ପୋଲିସ ମୁଖିଆ ବଦଳାଇଲେ ମମତା

କୋଲକାତା,୧୭।୯: ଟ୍ରେନିଂ ଡାକ୍ତରଙ୍କ ବଳାତ୍କାର ଓ ହତ୍ୟାକୁ ବିରୋଧ କରୁଥିବା ଜୁନିୟର ଡାକ୍ତରଙ୍କ ସହ ସାକ୍ଷାତ କରିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତା...

ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୭।୯: ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ। ଏହି ରୋକ ଅକ୍ଟୋବର ପର୍ଯ୍ୟନ୍ତ ଲାଗୁ ହେବ। ତେବେ ସାର୍ବଜନୀନ ସ୍ଥାନ ଜବରଦଖଲ ହଟାଇବା ଲାଗି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri