ହାତୀ ଆକ୍ରମଣରେ ଚାଲିଗଲା ଜୀବନ

ଅନୁଗୋଳ ଅଫିସ,୧।୩: ଅନୁଗୋଳ ଜିଲାରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ସେ ହେଲେ ବସଲା ପଞ୍ଚାୟତ ସୁନାଭୁଇଁ ଗାଁର ଦିବାକର ସାହୁ । ବୁଧବାର ସକାଳେ ଦିବାକର ସାହୁ ଶୌଚ ହେବାକୁ ଯାଇଥବା ବେଳେ ହାତୀ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି।