Categories: ଜାତୀୟ

ଇନ୍ଦୋରରେ ସର୍ଟ ସର୍କିଟ ନୁହେଁ ଏକତରଫା ପ୍ରେମ ନେଲା ୭ ଜୀବନ

ଇନ୍ଦୋର,୮ ।୫: ମଧ୍ୟପ୍ରଦେଶ ଇନ୍ଦୋରରେ ସ୍ୱର୍ଣ୍ଣବାଗ କଲୋନୀରେ ଏକ ଦୁଇ ମହଲା ଘରେ ଶନିବାର ନିଆଁ ଲାଗି ୭ ଜଣଙ୍କ ମୃତ୍ୟୁ ଖବର ଏବେ ନୂଆ ମୋଡ ନେଇଛି । ଏଥିରେ ଏକ ଦମ୍ପତିଙ୍କ ସହ ୭ ଜଣଙ୍କ ମୃତ୍ୟୁର ଯାଞ୍ଚ ସମୟରେ ପୋଲିସ ଅଗ୍ନିକାଣ୍ଡର ସତ୍ୟତା ଜାଣିବାକୁ ପାଇଛି । ପୋଲିସ କହିଛି ୨୭ ବର୍ଷିୟ ଜଣେ ଯୁବକ ସ୍ୱର୍ଣ୍ଣବାଗ କଲୋନୀରେ ରହୁଥିବା ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିବାକୁ ଚାହୁଁଥିଲେ । ହେଲେ ଏଥିରେ ସଫଳ ନ ହେବାରୁ ଏହାର ପ୍ରତିଶୋଧ ନେବାକୁ ଯାଇ ସେ ପାର୍କିଂରେ ଥିବା ଯୁବତୀଙ୍କ ସ୍କୁଟରରେ ନିଆଁ ଲଗାଇ ଦେଇଥିଲେ । କିନ୍ତୁ ପରେ ନିଆଁ ଏତେ ମାତ୍ରାରେ ବ୍ୟାପି ଯାଇଥିଲା ଯେ ଏହାକୁ ଆୟତ୍ତ କରି ହୋଇ ନ ଥିଲା ଓ ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା । ଅଭିଯୁକ୍ତ ଫେରାର ଥିବା ବେଳେ ପୋଲିସ ତାଙ୍କ ବିରୋଧରେ ହତ୍ୟା ଓ ଅନ୍ୟ ମାମଲା ରୁଜୁ କରିଛି ।

Share