ଚାଲିଛି ମାନସମନ୍ଥନ

ବ୍ରଜରାଜନଗର,୫।୬(ଡି.ଏନ୍‌.ଏ.): ବ୍ରଜରାଜନଗର ଉପନର୍ବାଚନ ଫଳାଫଳ ଘୋଷଣା ହୋଇସାରିଛି। ଏବେ ବିଜେଡି, ଭାଜପା ଓ କଂଗ୍ରେସ ନିଜ ସମର୍ଥକଙ୍କୁ ନେଇ ମାନସମନ୍ଥନ ଆରମ୍ଭ କରିଦେଇଛନ୍ତି। ବିଶେଷ କରି ବ୍ରଜରାଜନଗର ପୌରାଞ୍ଚଳରେ ବେଶୀ କ୍ଷତି ସହିଥିବା ଭାଜପା ଓ କଂଗ୍ରେସ ଦଳର ପୁରୁଖା କର୍ମୀମାନଙ୍କୁ ନେଇ ଆତ୍ମସମୀକ୍ଷା କରିଛନ୍ତି।
ଭାଜପା ଗତ ପୌର ନିର୍ବାଚନରେ ପୌରାଞ୍ଚଳରେ ୧୩ ହଜାରରୁ ଊର୍ଦ୍ଧ୍ୱ ଭୋଟ ପାଇଥିଲା। ହେଲେ ଏକମାସ ବ୍ୟବଧାନରେ ବ୍ରଜରାଜନଗରବାସୀ ଭାଜପାଠାରୁ ଦୂରେଇଗଲେ। ଚଳିତ ଉପନିର୍ବାଚନରେ ଦଳ ତୃତୀୟ ସ୍ଥାନକୁ ଖସି ପୌରାଞ୍ଚଳରୁ ୬୨୧୮ଖଣ୍ଡ ଭୋଟ ପାଇଛି। ଏହାକୁ ପ୍ରାର୍ଥତ୍ନୀ ରାଧାରାଣୀ ପଣ୍ଡା ହଜମ କରି ନ ପାରି ଇଭିଏମ୍‌ରେ ତ୍ରୁଟି ସହିତ ସରକାରୀ କଳର ଅପବ୍ୟବହାର ବୋଲି ଅଭିଯୋଗ କରୁଛନ୍ତି। ଏ ସମ୍ପର୍କରେ ମଣ୍ଡଳ ସଭାପତି ରୁକ୍ମଣ ଧୁରୁଆଙ୍କୁ ପଚାରିବାରୁ ସେ ଦଳରେ ଥିବା ଗୋଷ୍ଠୀ କନ୍ଦଳକୁ ସ୍ବୀକାର କରିଛନ୍ତି। ସେହିପରି ଗତ ପୌର ନିର୍ବାଚନରେ କଂଗ୍ରେସ ପୌରାଞ୍ଚଳରୁ ମାତ୍ର ୧୨୫୬ ଭୋଟ ପାଇଥିଲା। ହେଲେ ଚଳିତ ଉପନିର୍ବାଚନରେ ଦଳ ୬୮୫୧ ଭୋଟ ପାଇଛି। ପୌର ନିର୍ବାଚନରେ କଂଗ୍ରେସ କିଶୋର ପଟେଲଙ୍କ ନେତୃତ୍ୱରେ ଲଢ଼ିଥିଲେ ମଧ୍ୟ ସେ ସମୟରେ ଦଳ ସେତେଟା ଆଗ୍ରହ ପ୍ରକାଶ କରି ନ ଥିଲା। ଏବେ କିଶୋର ପଟେଲ ନିଜେ ଲଢ଼ି ରାଜ୍ୟସ୍ତରୀୟ ନେତୃମଣ୍ଡଳୀଙ୍କୁ ଆଣି ସମସ୍ତ ପ୍ରକାର କୌଶଳ ପ୍ରୟୋଗ କରିଥିଲେ। କିଶୋରଙ୍କ କହିବା କଥା, ୨୦୧୪ରେ ଯେଉଁ କର୍ମୀମାନଙ୍କୁ ନେଇ ସେ ଲଢ଼ିଥିଲେ ଚଳିତ ଥର ମଧ୍ୟ ସେମାନଙ୍କ ଉପରେ ଭରସା କଲେ। ଫଳରେ ତାଙ୍କ ବାର୍ତ୍ତା ଭୋଟରଙ୍କ ପାଖରେ ପହଞ୍ଚତ୍ପାରିଲା ନାହିଁ ବୋଲି ପ୍ରକାଶ କରିଛନ୍ତି। ଯୁବକଂଗ୍ରେସ ସଭାପତି ଦେବେଶ ପଣ୍ଡା ଆଗାମୀ ୨୦୨୪ ପାଇଁ ଯୁବକମାନଙ୍କୁ ନେଇ ଦଳ ନିିର୍ବାଚନ ଲଢିବ ବୋଲି ପ୍ରକାଶ କରିଛନ୍ତି। ଦଳ ଦୁଇ ନମ୍ବରରୁ କିପରି ଏକ ନମ୍ବର ହେବ ସେଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି ବୋଲି କିଶୋର କହିିଛନ୍ତି। ଅନୁରୂପ ଭାବେ ଗତ ପୌର ନିର୍ବାଚନରେ ବିଜେଡି ପୌରାଞ୍ଚଳରୁ ୨୨,୨୪୦ ଭୋଟ ପାଇଥିବାବେଳେ ଉପନିର୍ବାଚନରେ ୨୦,୭୫୭ ଭୋଟ ପାଇଛି। ବିଜେଡି ନଗର ସଭାପତି ରାଧାକାନ୍ତ ପ୍ରଧାନ କହନ୍ତି, ବ୍ରଜରାଜନଗରବାସୀ ବିଜୁ ଜନତା ଦଳ ପ୍ରତି ଆଶୀର୍ବାଦ ପ୍ରଦାନ କରିବା ସହିତ ବିକାଶ ଧାରା ଓ଼ ସ୍ବର୍ଗତ କିଶୋର ମହାନ୍ତିଙ୍କ ଅଧୁରା କାମ ପୁରା କରିବା ଦାୟିତ୍ୱ ଦେଇଛନ୍ତି। ବ୍ରଜରଜନଗରବାସୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟ ଧାରା ଉପରେ ବିଶ୍ୱାସ ରଖି ଆଶାଠାରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ କରାଇଛନ୍ତି। ନିିର୍ବାଚନ ପରିଚାଳନାରେ ଯାହାକିଛି ଭୁଲ ତ୍ରୁଟି ରହିଛି କର୍ମୀମାନଙ୍କୁ ନେଇ ସେସବୁ ସମାଧାନ କରାଯିବ ବୋଲି ସେ କହିଛନ୍ତି।