ରାୟଗଡ଼ା ଅଫିସ,୭।୧୦: ହସ୍ପିଟାଲ ଛାତରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ହସ୍ପିଟାଲରେ। ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କ ଜଣକ ମେଡିଶିନ ୱାର୍ଡର ୩ ମହଲା ଛାତରୁ ଡେଇଁ ପଡ଼ିଥିଲେ।
ସୂଚନାଯୋଗ୍ୟ, ଗତ ୭ ତାରିଖରେ ଜ୍ୱର ଏବଂ ପାଟି ଘା ଯୋଗୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ଚାଲିଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତିରେ ବାର୍ଥରୁମ ଯାଇଥିଲେ। ଭିତର ପଟୁ ଡୋର ଦେଇ ବାଥରୁମ୍ ଝରକାରୁ ତଳକୁ ଡେଇଁଥିଲେ। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରୁଛି। ଗତ କିଛି ଦିନ ହେବ ସେ କ୍ୟାନ୍ସରରେ ପୀଡିତ ଥିବା ଜଣା ପଡିଛି । ଏ ନେଇ ମାନସିକ ଭାରସାମ୍ୟ ହରାଇ ଏପରି କରି ଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ତେବେ କାରଣ ଏଯାବତ୍ ସ୍ପଷ୍ଟ ହୋଇନି।