ବିବାହ ସମୟରେ ଘରେ ସବୁ ପ୍ରକାରର ପ୍ରସ୍ତୁତି ଚାଲିଥାଏ। ଘର ସାଜସଜ୍ଜା ଠାରୁ ଆରମ୍ଭ କରି ପେଣ୍ଟିଂ, ପରଦା ବଦଳାଇବା ଇତ୍ୟାଦି। କିନ୍ତୁ ପରଦା ବଦଳାଇବା ବେଳେ ଯତ୍ନବାନ ହେବା ଉଚିତ୍। କାରଣ ପରଦାର ରଙ୍ଗ ଅନୁସାରେ ଘରେ ସକାରାତ୍ମକ ବୃଦ୍ଧି ପାଇଥାଏ।
ବାସ୍ତୁ ଶାସ୍ତ୍ର ଅନୁସାରେ, ଘରର ଅଗ୍ନି କୋଣ ସବୁଠାରୁ ଶୁଭ। ଏହି ଦିଗରେ ଭଗବାନଙ୍କୁ ସ୍ଥାପନା କରାଯିବା ଉଚିତ୍। ପୂଜା ଘରେ ହାଲ୍କା ହଳଦିଆ କିମ୍ବା କମଳା ରଙ୍ଗର ପରଦା ଲଗାଯିବା ଉଚିତ୍। ଏହି ଦୁଇଟି ରଙ୍ଗକୁ ଶୁଦ୍ଧତାର ପ୍ରତୀକ ଭାବରେ ବିବେଚନା କରାଯାଏ। ପୂଜା କରିବା ସମୟରେ ଏହି ରଙ୍ଗ ଆମ ମନକୁ ପ୍ରଭାବିତ କରିଥାଏ।
ପିଲାଙ୍କ ରୁମ୍ର ପରଦା: ବାସ୍ତୁ ଅନୁଯାୟୀ, ପିଲାମାନଙ୍କ କୋଠରୀରେ ହାଲ୍କା ନୀଳ, ସବୁଜ କିମ୍ବା ଗୋଲାପୀ ରଙ୍ଗର ପରଦା ଲଗାଯିବା ଉଚିତ୍। ଏହି ରଙ୍ଗ ଦ୍ୱାରା ପିଲାମାନଙ୍କଠାରେ ସକାରାତ୍ମକ ଶକ୍ତି ଜାଗ୍ରତ ହୋଇଥାଏ। ସେମାନଙ୍କ ମନ ଶାନ୍ତ ରହିଥାଏ। ସବୁଜ ଏବଂ ନୀଳ ରଙ୍ଗକୁ ଶାନ୍ତି ଏବଂ ସୁସ୍ଥତାର ପ୍ରତୀକ ଭାବରେ ବିବେଚନା କରାଯାଏ।
ନବବିବାହିତଙ୍କ ରୁମ୍ ପାଇଁ: ନବ ବିବାହିତଙ୍କ ରୁମ୍କୁ ଭଲ ଭାବରେ ସଜାଯିବା ଉଚିତ୍। ଏହି କୋଠରୀରେ ଲାଲ, ବାଇଗଣୀ କିମ୍ବା ଗୋଲାପୀ ରଙ୍ଗର ପରଦା ଲଗାଇଲେ ଭଲ। ଲାଲ ରଙ୍ଗର ପରଦା ଦାମ୍ପତ୍ୟ ଜୀବନରେ ଖୁସି ଅଣିଥାଏ। ଏଥିସହ ପରିବାରରେ ସମ୍ମାନର ଭାବନା ବୃଦ୍ଧି ପାଇଥାଏ।
ଘରର ଡାଇନିଂ ନିକଟରେ କିମ୍ବା ଉକ୍ତ ଘରର କବାଟ, ଝରକାରେ ବାଦାମୀ ରଙ୍ଗର ପରଦା ଲଗାଇଲେ ଭଲ।