କଂଗ୍ରେସ ବିଜେଡି ମେଣ୍ଟ: ବିଜେଡିର ଚକ୍ରାନ୍ତ ଲୋକମାନେ ଜାଣନ୍ତି …

ଜାଣିଛନ୍ତଭୁବନେଶ୍ୱର,୨୨।୯: ଦରକାର ପଡିଲେ କଂଗ୍ରେସ ସହ ହାତ ମିଳେଇବୁ। ଆଉ ରାଜ୍ୟରେ ସରକାର ଗଢିବୁ। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ଏମ୍‌ପି ଦେବାଶିଷ ସାମନ୍ତରାୟ। ତେବେ ଦେବାଶିଷ ସାମନ୍ତରାୟଙ୍କ ମେଣ୍ଟ ପ୍ରସଙ୍ଗରେ ମହମ୍ମଦ ମୋକିମ୍‌ଙ୍କ ପ୍ରତିକ୍ରିୟା ରଖିଛନ୍ତି। ମାକିମ୍‌ କହିଛନ୍ତି, ଦିନ ବେଳେ ସ୍ବପ୍ନ ଦେଖିବାକୁ କାହାକୁ ମନା ନାହିଁ। ଶାସନ ହାତରୁ ଗଲା ପରେ ମଧ୍ୟ ବିଳିବିଳାଉଛନ୍ତି। ଅପର ହାଉସ୍‌ରେ ଥାଇ ତଦନ୍ତ ପ୍ରକ୍ରିୟାକୁ କିଭଳି ପ୍ରଶ୍ନ କରୁଛନ୍ତି ବୋଲି ମୋକିମ୍‌ କହିଛନ୍ତି। ବିଜେଡି ସହ ଆଦୌ କୌଣସି ମେଣ୍ଟ ହେବାର ପ୍ରଶ୍ନ ଉଠୁନି, କଂଗ୍ରେସ ଦକ୍ଷ ବିରୋଧୀଦଳ ଭାବେ ଗୃହରେ ଓ ବାହାରେ କାର୍ଯ୍ୟ କରୁଛି। ବିଗତ ଦିନରେ ଭାଜପା ସହ ମିଶି ସେମାନେ କାମ କରୁଥିଲେ। ଦେବାଶିଷ ସାମନ୍ତରାୟ କିଏ, କଂଗ୍ରେସ ମେଣ୍ଟ ପ୍ରସଙ୍ଗରେ କଥା କହିବେ। ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଧିବାବେଳେ କେମିତି ଜାଣିଲେ ଉପନିର୍ବାଚନ ହେବ। ସେ ଜଣେ ପ୍ରତ୍ୟାଖିତ ନେତା, ବିଜେଡିର ଚକ୍ରାନ୍ତ ଲୋକମାନେ ଜାଣିଛନ୍ତି ବୋଲି ମୋକିମ୍‌ କହିଛନ୍ତି।

ପାରାଦୀପର କୁଜଙ୍ଗରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ କର୍ମୀଙ୍କୁ ଉଦବୋଧନ ଦେବା ଅବସରରେ ଦେବାଶିଷ କହିଥିଲେ, ଖୁବ୍‌ଶୀଘ୍ର ରାଜ୍ୟରେ ପଟ୍ଟ ପରିବର୍ତ୍ତନ ହେବାକୁ ଯାଉଛି। ନବୀନ ପଟ୍ଟନାୟକ ପୁଣି ସରକାର ଗଢିବେ। ଆଗକୁ ବହୁତ ଶୀଘ୍ର ଉପନିର୍ବାଚନ ହେବାକୁ ଯାଉଛି। ହାଇକୋର୍ଟରେ ଚାଲିଥିବା ମାମଲାରେ ଭାଜପାର ୭ ସଭ୍ୟପଦ ରଦ୍ଦ ହେବ। ପୁଣି ନିର୍ବାଚନ ହେବ। ନବୀନ ଖାଲି ହାତ ହଲେଇଦେଲେ ଆମେ ଜିତିବୁ। ପଛେ କଂଗ୍ରେସ ସହ ହାତ ମିଳାଇବୁ ହେଲେ ନବୀନଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରିବୁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଦେବାଶିଷ।

ତେବେ ଦେବାଶିଷଙ୍କ ଏହି ବୟାନକୁ କଂଗ୍ରେସ ନେତା ମହମ୍ମଦ ମୋକିମ କାଉଣ୍ଟର କରିଛନ୍ତି। ସେ କହିଛନ୍ତି, ଦେବାଶିଷ ବାବୁ କେମିତି ଜାଣିଲେ ଉପନିର୍ବାଚନ ହେବ। ସେ କେମିତି ଜାଣିଲେ କୋର୍ଟରେ ମାମଲାରେ କଣ ହେବ। କଂଗ୍ରେସ ସହ ମେଣ୍ଟ ନେଇ ସେ କିଏ କହିବାକୁ ଅଟନ୍ତି। ତାଙ୍କ ଦଳ ହେଉଛି ଏକଛତ୍ରବାଦୀ ଦଳ। କଂଗ୍ରେସ ଦଳର ନିଷ୍ପତ୍ତି କଂଗ୍ରେସ ନେବ। BJP ସହ ମିଶି କାମ କରିଥିବା ଦଳକୁ ଆମେ ବିଶ୍ବାସକୁ ନେବୁନି।

Share