Categories: ଜାତୀୟ

ପାଇଲଟଙ୍କୁ ଝଟକା: ଦଳରୁ ବିଦା ହେଲେ ୨ ବିଦ୍ରୋହୀ ବିଧାୟକ

ଜୟପୁର,୧୭।୭: ରାଜସ୍ଥାନ ରାଜନୀତିରେ ଚାଲିଥିବା ହାଇ ଭୋଲଟେଜ୍‌ ଡ୍ରାମା ମଧ୍ୟରେ କଂଗ୍ରେସ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଶୁକ୍ରବାର କଂଗ୍ରେସର ୨ ବିଦ୍ରୋହୀ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ବିଧାୟକ ଭଂଓ୍ବରଲାଲ ଶର୍ମା ଓ ବିଶ୍ୱେନ୍ଦ୍ର ସିଂଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି। ଏହି ଦୁଇ ବିଧାୟକଙ୍କ ବିରୋଧରେ ଭାଜପା ସହ ବୁଝାମଣା କରି ଗେହଲଟ ସରକାର ଭାଙ୍ଗିବା ପାଇଁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ ହୋଇଛି।

Share