ଖୁବ୍‌ ଶୀଘ୍ର ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୨୫।୩: କଂଗ୍ରେସ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି।ଏଥର ୪୬ ପ୍ରାଥୀଙ୍କୁ ମିଶାଇ ମୋଟ ୧୮୩ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିଲେ ମଧ୍ୟ ଏଥିରେ ବି ଓଡ଼ିଶାର କୌଣସି ପ୍ରାର୍ଥୀଙ୍କ ନାଁ ନାହିଁ । ପୂର୍ବରୁ କୁହାଯାଉଥିଲା, ପ୍ରଦେଶ କଂଗ୍ରେସ କମିଟି ପଠାଇଥିବା ତାଲିକା ଉପରେ ବିଚାର କରି ଖୁବଶୀଘ୍ର ପ୍ରାର୍ଥୀ ତାଲିକା ଘୋଷଣା କରିବ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟି । ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାର ପ୍ରାର୍ଥୀଙ୍କ ନାଁ  ଘୋଷଣା ହେବ । ମାତ୍ର  ସେହିପରି  କିଛି ହୋଇନାହିଁ। ଯାହା କଂଗ୍ରେସ ନେତାଙ୍କ ଉକ୍ତଣ୍ଠାକୁ ଆହୁରି ବଢ଼ାଇ ଦେଇଛି । ତେବେ ଯୋଗ୍ୟ ପ୍ରାର୍ଥୀଙ୍କ ଚୟନ ପାଇଁ ସମୟ ଲାଗୁଥିବା କହିଛନ୍ତି କଂଗ୍ରେସର ବରିଷ୍ଠ ନେତା । ଏଥିସହ ଖୁବଶୀଘ୍ର ପାର୍ଥୀ ତାଲିକା ଆସିବ ବୋଲି କୁହାଯାଉଛି।
ଅନ୍ୟପକ୍ଷେ ରାଜନୀତି ସମୀକ୍ଷକ କହିଛନ୍ତି  ଭାଜପା  ଓ ବିଜେଡି ପ୍ରାର୍ଥୀ ଘୋଷଣାକୁ କଂଗ୍ରେସ ଅପେକ୍ଷା କରିଥାଇପାରେ । ଏପରିକି  ଉଭୟ ଦଳର  ପ୍ରାର୍ଥୀ ଘୋଷଣାକୁ  ନେଇ  କଂଗ୍ରେସ ନଜର ରଖିଥିବା କୁହାଯାଉଛି ।
Share