Categories: ଜାତୀୟ

ଲୋକ ସଭାରୁ ଅଧୀର ରଞ୍ଜନଙ୍କ ନିଲମ୍ବନ ଉପରେ ସଂସଦୀୟ ବୈଠକ ଡାକିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୧୧।୮: ଲୋକ ସଭାରୁ ଅଧୀର ରଞ୍ଜନ ଚୌଧୁରୀଙ୍କୁ ନିଲମ୍ବନ ପ୍ରସଙ୍ଗରେ କଂଗ୍ରେସ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ଏବଂ ସରକାରଙ୍କ ସହ ଲଢିବାକୁ ପ୍ରସ୍ତୁତ ହୋଉଥିବା ଜଣାପଡିଛି। କଂଗ୍ରେସ ସଂସଦୀୟ କମିଟିର ସଭାପତି ସୋନିଆ ଗାନ୍ଧୀ ଶୁକ୍ରବାର ସକାଳେ ଦଳର ଏମ୍‌ପିମାନଙ୍କର ଏକ ବୈଠକ ଡାକିଛନ୍ତି। ଲୋକ ସଭାରୁ ଅଧୀର ରଞ୍ଜନ ଚୌଧୁରୀଙ୍କୁ ନିଲମ୍ବନ ପ୍ରସଙ୍ଗରେ ଏହି ବୈଠକ ହେବ। ଗୁରୁବାର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏକ ସଂକଳ୍ପ ପାରିତ କରିଛନ୍ତି ଯେଉଁଥିରେ ଅଧୀର ରଞ୍ଜନ ଚୌଧୁରୀଙ୍କୁ ଲୋକ ସଭାରୁ ନିଲମ୍ବନ ପ୍ରସ୍ତାବ ଦିଆଯାଇଥିଲା। ଯାହା ଭଏସ ଭୋଟରୁ ଅନୁମୋଦନ ମିଳିଥିଲା।

Share