ଦିଓ୍ବାଲୀ ପୂର୍ବରୁ ୧୫୦ଟପିବ ପିଆଜ, ଜାଣନ୍ତୁ ଆପଣଙ୍କ ସହରରେ କେତେ…

ନୂଆଦିଲ୍ଲୀ,୨୯।୧୦: ଦିଓ୍ବାଲୀ ବେଳକୁ କନ୍ଦାଇବ ପିଆଜ। ଗୋଟିଏ ସପ୍ତାହ ମଧ୍ୟରେ ଦେଶରେ ଦୁଇ ଦୁଇ ଥର ବଢିଲାଣି ପିଆଜ ଦର। ଗତ କିଛି ଦିନ ମଧ୍ୟରେ ପିଆଜ ଦରରେ ୫୦ ପ୍ରତିଶତ ବୃଦ୍ଧି ଘଟିଛି। ବର୍ତ୍ତମାନ ଦେଶର କେତେକ ସ୍ଥାନରେ ପିଆଜ ଦର ୧୦୦ ଟଙ୍କା, ୮୦ ଟଙ୍କା ଥିବାବେଳେ କେଉଁଠି ୬୦-୭୦ଟଙ୍କା ରହିଛି। ସୂଚନାନୁସାରେ, ଦିଓ୍ବାଲୀ ପୂର୍ବରୁ ପିଆ ଦର ଆହୁରି ବଢିବ ବୋଲି ୍ରାଶଙ୍କା କରାଯାଉଛି।

ପିଆଜର ଖୁଚୁରା ମୂଲ୍ୟ ୧୫୦ଟଙ୍କା ଅତିକ୍ରମ କରିପାରେ ବୋଲି ଅନୁମାନ କରାଯାଉଛି। ରାଜଧାନୀ ଦିଲ୍ଲୀରେ ପିଆଜର ଦର ୬୮ ଟଙ୍କା ଛୁଇଁଛି। ଦିଲ୍ଲୀ ଏନସିଆର ଇଲାକାରେ ପିଆଜ ଦର ୧୦୦ପାର୍‌ କରିଛି। କାନପୁର, ଲକ୍ଷ୍ନୌ, ଆଗ୍ରା, ଗୋରଖପୁର, ବାରଣାସୀ ଓ ସୀତାପୁରରେ ଶନିବାର ସୁଦ୍ଧା ପିଆଜ ଦର ୭୦ଟପିଛି। ପଞ୍ଜାବରେ ୭୦, କେରଳରେ ୬୦, ମେଘାଳୟରେ ୬୦ ଥିବାବେଳେ ରାଜସ୍ଥାନରେ ସର୍ବନିମ୍ନ ଦର ୩୧ ରହିଛି।

Share