Categories: ବାଣିଜ୍ୟ

ନୂଆବର୍ଷରେ ଗ୍ରାହକଙ୍କୁ ମିଳିବ ଆଶ୍ୱସ୍ତି, ୪୦ ଟଙ୍କା ପର୍ଯ୍ୟନ୍ତ ଖସିବ ପିଆଜ ଦର

ନୂଆଦିଲ୍ଲୀ,୧୧।୧୨: ପିଆଜର ଆକାଶଛୁଆଁ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଗତ ମାସରେ ସରକାର ମାର୍ଚ୍ଚ ୨୦୨୪ପର୍ଯ୍ୟନ୍ତ ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲେ। ସେତେବେଳକୁ ପିଆଜର ମୂଲ୍ୟ ୮୦ କିଲୋଗ୍ରାମରେ ପହଞ୍ଚିଥିଲା। ରପ୍ତାନି ବନ୍ଦ ହେବା ପରେ ପିଆଜ ହାର ୬୦ଟଙ୍କା ପାଖାପାଖି ପହଞ୍ଚିବା ପରେ ଆଶ୍ୱସ୍ତି ମିଳିଥିଲା। ବର୍ତ୍ତମାନ ଆଶା କରାଯାଉଛି ଯେ, ଆସନ୍ତା ବର୍ଷ ଜାନୁୟାରୀରେ ପିଆଜ କିଲୋଗ୍ରାମରେ ପ୍ରାୟ ୪୦ ଟଙ୍କାରୁ ବିକ୍ରି ଆରମ୍ଭ କରିବ।

ଗ୍ରାହକ ବ୍ୟାପାର ସଚିବ ରୋହିତ କୁମାର ସିଂ ଆଶା ପ୍ରକଟ କରିଛନ୍ତି ଯେ, ରପ୍ତାନି ପ୍ରତିବନ୍ଧକରୁ କ୍ରେତାମାନେ ଆରାମ ପାଇଛନ୍ତି। ସେ କହିଛନ୍ତି , ଜାନୁୟାରୀ ୨୦୨୪ରୁ ପିଆଜ କିଲୋଗ୍ରାମ ପିଛା ପ୍ରାୟ ୪୦ ଟଙ୍କା ପର୍ଯ୍ୟନ୍ତ ଉପଲବ୍ଧ ହେବ। ବର୍ତ୍ତମାନ ଏହାର ହାରାହାରି ମୂଲ୍ୟ କିଲୋଗ୍ରାମ ୫୭ ଟଙ୍କା। ସେ କହିଛନ୍ତି ଖୁବ୍‌ଶୀଘ୍ର ପିଆଜ ଦର ଆହୁରି ହ୍ରାସ ପାଇବ। ଲୋକମାନେ କହୁଥିଲେ ଯେ ପିଆଜ ୧୦୦ ଟଙ୍କା ଛୁଇଁବ। କିନ୍ତୁ, ଗ୍ରାହକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରପ୍ତାନି ନିଷେଧ ସହିତ ଅନେକ ନିଷ୍ପତ୍ତି ନେଇଛୁ, ଯାହାର ପ୍ରଭାବ ବର୍ତ୍ତମାନ ଦୃଶ୍ୟମାନ ହେଉଛି।

ରପ୍ତାନି ନିଷେଧ ଚାଷୀଙ୍କ ପାଇଁ ପ୍ରଭାବ ପଡିବ ନାହିଁ ବୋଲି ସେ କହିଛନ୍ତି। ପିଆଜ ମୂଲ୍ୟ ବୃଦ୍ଧି ହେବାର ଲାଭ କେବଳ ଅଳ୍ପ କିଛି ବ୍ୟବସାୟୀଙ୍କ ନିକଟରେ ପହଞ୍ଚିଥିଲା, ଯେଉଁମାନେ ଭାରତ ଏବଂ ବାଂଲାଦେଶ ବଜାରରେ ମୂଲ୍ୟର ପାର୍ଥକ୍ୟର ଲାଭ ଉଠାଇବାକୁ ଚେଷ୍ଟା କରୁଥିଲେ। ତଥାପି, ଗ୍ରାହକମାନେ ଏଥିରୁ ବହୁତ ଉପକୃତ ହେବେ।

Share