Advertisement
Categories: ଫୁରସତ

ସ୍କୁଲ ବିକ୍ରି ପାଇଁ ପିଲାଙ୍କ ଅନ୍‌ଲାଇନ ବିଜ୍ଞାପନ

ୱାଶିଂଟନ: ଅନେକ ସମୟରେ ପିଲାମାନେ ସ୍କୁଲ ଯିବାକୁ ଅମଙ୍ଗ ହୁଅନ୍ତି। ସେଥିନେଇ ନିଜ ଭିତରେ ଆଲୋଚନା କରିଥାନ୍ତି। ହେଲେ ସେମାନଙ୍କୁ ଜଣା ନ ଥାଏ ଶିକ୍ଷା ତାଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ନିକଟରେ ଜଣେ ପିଲା ସ୍କୁଲଠାରୁ ବିରକ୍ତ ହୋଇ ଏହାକୁ ବିକ୍ରି କରିବାକୁ ଚେଷ୍ଟା କରିଥିବା ଜଣାପଡ଼ିଛି। ଟୁଇଟରରେ ଏନେଇ ଏକ ପୋଷ୍ଟ ଦେଖିବାକୁ ମିଳିଛି, ଯାହା ବେଶ୍‌ ଭାଇରାଲ ହେବାରେ ଲାଗିଛି। ଆମେରିକା ମାରିଲାଣ୍ଡରେ ମେଡ୍‌ ହାଇସ୍କୁଲର ପିଲାମାନେ ସେହି ସ୍କୁଲକୁ ଅନ୍‌ଲାଇନ ବିକ୍ରି କରିବାକୁ ଉପାୟ କଲେ। ସେମାନେ ଜିଲୋ ନାମକ ଏକ ରିୟଲ ଇଷ୍ଟେଟ ୱେବ୍‌ସାଇଟରେ ସ୍କୁଲକୁ ବିକ୍ରି କରିବାକୁ ବିଜ୍ଞାପନ ଦେଲେ। ସେଥିରେ ଯାହା ଲେଖାହୋଇଥିଲା, ତାହା ବହୁତ ମଜାଳିଆ ଥିଲା। ସ୍କୁଲକୁ ସେମାନେ ୪୩ ଲକ୍ଷ ଟଙ୍କାରେ ବିକ୍ରି କରିବାକୁ ବିଜ୍ଞାପନରେ ଲେଖିଥିଲେ। ସେମାନେ ଲେଖିଥିଲେ, ଏହା ଏକ ଭଲ ଏବଂ ଅଧା କାମ କରୁଥିବା ଜେଲ ଅଟେ। ଏହା ୧୨,୪୫୮ ବର୍ଗଫୁଟ ହୋଇଥିବାବେଳେ ଏଥିରେ ୨୦ଟି ଗୃହ ଏବଂ ୧୫ଟି ଗାଧୁଆଘର, ଗୋଟିଏ ରୋଷେଇଘର ଏବଂ ଏକ ବାସ୍କେଟବଲ ପିଚ୍‌ ରହିଛି। ସମସ୍ତ ଗାଧୁଆଘରେ ପାଣି ସମସ୍ୟା ରହିଛି। ଏଥିସହ ସ୍କୁଲରେ କାମ ଚାଲିଥିବାବେଳେ ତାହା ବିପଦ ସୃଷ୍ଟି କରୁଛି। ଏହି ପୋଷ୍ଟ ଅଧିକ ଭାଇରାଲ ହେଉଥିବାବେଳେ ଏଥିରେ ଅନେକେ ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି। ପିଲାମାନେ ମଜା କରିଥିବା ଜଣେ ୟୁଜର କହିଛନ୍ତି।

Share